ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ
ସୋରଡା (ଯୁଗାଦ୍ଦ ନ୍ୟୁଜ) ଗଂଜାମ ଜିଲ୍ଲା ସୋରଡାରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ହୋଇଥିଲା । ପୁଣି କିଛି ଦିନ ପରେ ଆଦର୍ଶ ବିଦ୍ୟାଳୟକୁ ରାଜ୍ୟ ସରକାର ନିଜ ହାତକୁ ନେଇ ଥିଲେ। ମେଧାବୀ ଛାତ୍ର ଛାତ୍ରୀ ମାନେ ଭଲ ଶିକ୍ଷାରୁ ବଂଚିତ ନ ହେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଶିକ୍ଷା ବ୍ୟବସ୍ଥାକୁ ସୁରଖୁରୁରେ ଚଲେଇବା ପାଇଁ ଜିଲା ପ୍ରଶାସନ ତାକୁ ନିଜ ହାତକୁ ନେଇ ଥିଲେ। କିନ୍ତୁ ଜିଲ୍ଲା ଅଧିକାରୀ ତାକୁ ନିଜ ହାତକୁ ନେଲା ପରେ ମଧ୍ୟ ଆଦର୍ଶ ବିଦ୍ୟାଳୟର ସ୍ତସ୍ତିରେ କୌଣସି ପରିବର୍ତନ ହେଲା ନାହିଁ। ୨୦୧୬ରେ ଆରମ୍ବ ହେଲା ଆଦର୍ଶ ବିଦ୍ୟାଳୟ ଓ ଆରମ୍ଭ ହେଲା ଛାତ୍ରୀ ନିବାସ କାମ କିନ୍ତୁ ୨୦୧୯ ଯାଏଁ ଏହି ଛାତ୍ରୀ ନିବାସ ସମ୍ପୂର୍ଣ୍ଣ ନହେଇ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଚଳିତ ବର୍ଷ ୧୦ ଶ୍ରେଣୀ ପାଠପଢ଼ା ସରିଲା ପରେ ପିଲାଙ୍କ ଦାବି ଥିଲା କି ଯୁକ୍ତ୨ ଶ୍ରେଣୀ କୁ ସାମିଲ କରାଯାଉ କିନ୍ତୁ ବିଦ୍ୟାଳୟରେ ଛାତ୍ରୀ ନିବାସ ନଥିବାରୁ ଏଠାରେ ଯୁକ୍ତ ଦୁଇ କୁ ସାମିଲ କରାଯିବ ନାହିଁ ବୋଲି ଅଧିକାରୀ କହିଥିଲେ ହେଲେ ପ୍ରଶ୍ନ ଉଠୁଛି ଏଇଠି କି ପ୍ରସାସନ ଏବଂ ଠିକାଦାର ର ଅବହେଳା ଯୋଗୁଁ ବଳିପଡିଲେ ଛାତ୍ରଛାତ୍ରୀ। ଏହି କାରଣ କୁ ନେଇ ପ୍ରତିବାଦ ରେ ଅବିଭାବକ ଏବଂ ଛାତ୍ର ଛାତ୍ରୀ ମାନେ ଖରାରେ ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଧାରଣା ଦେଇଥିଲେ କିନ୍ତୁ ତହସିଲଦାର ତାଙ୍କୁ ନାଲି ଆଖି ଦେଖାଇ ସେଠାରୁ ତଡି ଦେଇଥିଲେ।