ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସ୍ୱାଗତକଲେ ବ୍ଲକ ଉପାଧ୍ୟକ୍ଷ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଆଦର୍ଶ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଦ୍ୟାଳୟ ନିର୍ମାଣକାର୍ଯ୍ୟ ଶେଷ ହୋଇନଥିବା ବେଳେ ଷଷ୍ଠ ଶ୍ରେଣୀ ପାଇଁ ୭୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ନାମ ଲେଖାଇଛନ୍ତି । ସେମାନଙ୍କୁ ହାରାମଣି ବାଳିକା ବିଦ୍ୟାଳୟ ଠାରେ ଶିକ୍ଷାଦାନ ଦିଆଯାଉଥିବା ବେଳେ ଏଥିପାଇଁ୬ଜଣ ନୂଆ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ବିଦ୍ୟାଳୟ ଠାରେ ପହଞ୍ଚି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏଥିରେ ଜିଲ୍ଳା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁଚରଣ ଦାସ, ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ, ଦେବେନ୍ଦ୍ର ଦାସ, ସମାଜସେବୀ ଲକ୍ଷ୍ମୀକାନ୍ତ ସାହୁ, ତୁଷାର ମିଶ୍ର, ଦୁର୍ଯ୍ୟୋଧନ ଜେନା, ନାଗେଶ୍ୱର ବେହେରା,କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ