ଆଦର୍ଶ ବିଦ୍ୟାଳୟ ପାଇଁ ପାଠପଢା ଆରମ୍ଭ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ନିକଟ ସୁନାହାର ଠାରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ନିର୍ମାଣ ଶେଷ ହୋଇନଥିଲେ ସୁଦ୍ଧା ଚଳିତ ବର୍ଷ ଠାରୁ କିନ୍ତୁ ଶିକ୍ଷାଦାନ ଆରମ୍ଭ ହୋଇଛି । ସ୍ଥାନୀୟ ହାରାମଣି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଧିବଦ୍ଧ ଭାବେ କେବଳ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଚଳିତ ବର୍ଷ ପାଇଁ ୭୧ଜଣ ଷଷ୍ଠ ଶ୍ରେଣୀ ପିଲା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଆଜି ନବ ନିଯୁକ୍ତ ୬ଜଣ ଶିକ୍ଷକ ହାରାମଣି ବିଦ୍ୟାଳୟ ଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ତିଳକ ଦେଇ ବିଦ୍ୟାଦାନ ଶୁଭାରମ୍ଭ କରିଥିଲେ । ଏଥିରେ ବ୍ଲକ ଶିକ୍ଷାଧିକାରୀ ଅଧିର ତରାଇ, ସହଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ଜେନା, ସିଆରସିସି କୈଳାସ ସାମଲଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ ।


