ଆଦର୍ଶ ବିଦ୍ୟାଳୟ ପ୍ରତି ମୁଁହ ମୋଡୁଛନ୍ତି ଛାତ୍ର ଛାତ୍ରୀ : ପ୍ରିନ୍ସପାଲ୍ ଙ୍କ ଦୁର୍ନୀତି କୁ ନେଇ ଅଭିଯୋଗ ଆଣିଲେ ବିଦ୍ୟାଳୟର ଶିକ୍ଷକ ଅଭିଭାବକ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଯେଉଁଠି କି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦିକ୍ଷା ମାନସିକ ଶାରୀରିକ ଶିକ୍ଷା ଦାନ କରି ଭବିଷତ ର ମଣିଷ ଗଢାଯଏ ଆଉ ଏବେ ଶିକ୍ଷା ବଦଳରେ ବିଦ୍ୟାଳୟରେ ପିଲାଙ୍କୁ ଦେଖିବାକୁ ମିଳୁଛି କୁସଂସ୍କାର । ଏ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଓ ଅଭିଭାବକ । ବିଦ୍ୟାଳୟ ରେ ଚାଲିଥିବା ଦୁର୍ନୀତି କୁ ଘଣ୍ଟ ଘୋଡାଉଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିରଞ୍ଜନ ବେଉରା । ଯେଉଁଭଳି ଭାବେ ଅବ୍ୟବସ୍ଥା ଘେରରେ ଚାଲିଛି ପିଲା ସ୍କୁଲ ପ୍ରତି ମୁଁହ ମୋଡୁଛନ୍ତୀ । ଖୋଲାମ ଖୋଲା ଶିକ୍ଷୟତ୍ରୀ ଙ୍କ ସହ ଲାବ ଆଟେଦେଣ୍ଡ ଙ୍କ ପ୍ରେମ ସମ୍ପର୍କ କୋଳା କୋଳି ପିଲାଙ୍କୁ କୁପ୍ରଭାବ ପଡୁଛି ଲଜିତ କରୁଛି । ଏନେଇ ଅଭିଭାବକ ମାନଙ୍କୁ ପିଲାମାନେ ଜଣାଇଥିଲେ। ଏ ବିଷୟରେ ସ୍କୁଲ କତୃପକ୍ଷ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏଥିପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । କେବଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଧ୍ୟକ୍ଷ ରଶ୍ମିରଞ୍ଜନ ବେଉରା ଙ୍କ ମନ ମାନି ରେ ଚାଲିଛି ବିଦ୍ୟାଳୟ । ଭୁଲ କାର୍ଯ୍ୟ ନଜରକୁ ଆସିଲେ ଶିକ୍ଷକ ମାନେ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ବଦଳେ ଅଭିଯୋଗ କରିଥିବା ଶିକ୍ଷକ ଙ୍କ ବିରୋଧରେ ଅଭିଯୋଗ କରି ବାହାର କରୁଛନ୍ତି । ଯାହା ଫଳରେ ଶିକ୍ଷକ ମାନେ ମାନସିକ ସନ୍ତୁଳନ ହରାଉଛନ୍ତି । ଏ ଭଳି ଦେଖିବାକୁ ମିଳିଛି ସଂସ୍କୃତ ଶିକ୍ଷକ ବିଦ୍ୟାଳୟରେ ଚାଲିଥିବା ଦୁର୍ନୀତି କୁ ନେଇ ଅଭିଯୋଗ କରିଥିଲେ ହେଁ ତାଙ୍କୁ ମିଥ୍ୟା ଅଭିଯୋଗ ଆଣି ସସ୍ପେଣ୍ଟ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସେହି ଶିକ୍ଷକ ଙ୍କୁ ଭୂଳିପାରୁନାହାନ୍ତି । ପିଲାଙ୍କ ଠାରୁ ସ୍କୁଲ ଫିଜ୍ ନେଲେ ରସିଦ ଦେଉନାହାନ୍ତି । କୋଭିଡି ସମୟରେ ପିଲାଙ୍କୁ ଅନଲାଇନ୍ ପାଠ ପଢା ବିଭ୍ରାଟ, ପରୀକ୍ଷା ପ୍ରଶ୍ନ ପତ୍ର ରେ ଅନିୟମିତତା, ଅଧ୍ୟକ୍ଷ ରଶ୍ମିରଞ୍ଜନ ବେଉରା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ମଧ୍ୟ ଅପମାନାନା କରିଛନ୍ତି । ନିୟମିତ ଭାବେ ନରହିବା ପୀୟନ କୁ ନିଜ ବ୍ୟକ୍ତିଗତ କାମରେ ଲଗାଇ ସ୍କୁଲ ରୁ ଆକୁଆଗାର୍ଡ ପାଣି ଦିଗପହଣ୍ଡି ରେ ଭଡା ଘାରେ ରହୁଥିବା ଅଧ୍ୟକ୍ଷ ଙ୍କ ଘରକୁ ନେବା ବଜାରରୁ ପରିବା ଆଣିବା କାର୍ଯ୍ୟରେ ଲଗାଉଛନ୍ତି । ଏପଟେ ସ୍କୁଲ ସଫାସୂତରା ନହୋଇ ଅଳିଆ ଆବର୍ଜନା ରହୁଥିବା ଅଭିଯୋଗ ହେଉଛି । ଅଭିବାବକ ଙ୍କୁ ଅସମ୍ମାନ କରୁଥିବା ଚରମସିମାରେ ପହଞ୍ଚିଛି । ମଧ୍ୟାହ୍ନ ଭୋଜନ ସ୍କୁଲ ରେ ପହଞ୍ଚିବା ପରେ ପ୍ରଥମେ କିଛି ଭୋଜନ ପୀୟନ ନେଇଯାଆନ୍ତି ଯାହା ଫଳରେ ପିଲାଙ୍କୁ ମିଳେନାହିଁ । ସ୍କୁଲ ଭିତରେ ରାତ୍ର ନାଇଟ୍ ୱାଚର ରହିବା ନିୟମ ଥିଲେ ମଧ୍ୟ ଶିକ୍ଷୟତ୍ରୀ ଏବଂ ଲ୍ୟାବ ଆଟେଦେଣ୍ଡ ରହୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିସର ମଧ୍ୟରେ ରାତ୍ର ମଦ୍ୟପାନ ର ଆସର୍ ଜମୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ,ଶିକ୍ଷକ, ଅଭିଭାବକ , ଲେବ୍ରୋଟରି ରୁମ ରେ ପିଲାଙ୍କୁ ପ୍ରାଟିକେଲ ଶିକ୍ଷା ଦାନ ବଦଳରେ ସେଠାରେ ରୋଷେଇ କରାଯାଉଛି । ଏ ଭଳି ଅନେକ ଅଭିଯୋଗ ରହିଅଛି । ଶିକ୍ଷକ ମାନେ ପାଟିଖୋଲିଲେ ଅଧ୍ୟକ୍ଷଙ୍କ ଧମକ ଏବେ ଅତିଷ୍ଟ କରିଛି । ଏନେଇ ବିଦ୍ୟାଳୟର ଶିକ୍ଷକ ମାନେ ସମସ୍ୟା ଲିଖିତ ଭାବରେ ସାନଖେମୁଣ୍ଡି ବ୍ଲକ୍ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ୍ କୁଲାଙ୍ଗେ, ଓଡ଼ିଶାଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ୍ ଚାନ୍ଦ ଚୌଧୁରୀ ଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ଅନୁରୂପ ଏଭଳି ସଙ୍ଗୀନ ଅଭିଯୋଗ ଅଭିଭାବକ ମାନେ ମଧ୍ୟ ଆଣିଛନ୍ତି । ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିରଞ୍ଜନ ବେଉରା ଙ୍କୁ ପଚାରିବାରୁ ସେ କହିଲେ ଷଡ଼ଯନ୍ତ୍ର ଚାଲିଛି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ