ଆଦର୍ଶ ବିବାହ, ଦୃଷ୍ଟିହୀନ ଯୁବତୀଙ୍କୁ ବିବାହ କଲେ ଶୁଶୀଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଏକ ଆଦର୍ଶ ବିବାହ ସମ୍ପର୍ଣ୍ଣ ହୋଇଯାଇଛି ଜଣେ ଦୃଷ୍ଟି ହୀନ ଯୁବତୀଙ୍କୁ ଜଣେ ଯୁବକ ବିବାହ କରି ନିଜର ଆଦର୍ଶତାର ପରିଚୟ ଦେଇଛନ୍ତି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ବର୍ଷା ଢୋଲିଆ ଜଣେ ଦୃଷ୍ଟିହୀନ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବାର ଜଣାପଡିଛି । ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛେସେବୀ ଅନୁଷ୍ଠାନ ସିସିଡି ସହାୟତାରେ ବ୍ରେଲିଲିପିର ପ୍ରଶିକ୍ଷଣ ନେଇ ସମନ୍ୱିତ ଶିକ୍ଷାରେ ନାମ ଲେଖି ଗରବନ୍ଧା ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବର୍ଷାଙ୍କ ପରିବାର ଫଳ ବ୍ୟବସାୟ କରନ୍ତି ଓ ସେଥିରେ ସହାୟତା କରନ୍ତି । ଶତପ୍ରତିଶତ ଦୃଷ୍ଟୀହୀନ ହୋଇଥିଲେ ହେଁ ସବୁକ୍ଷେତ୍ରରେ ଆଗେଇବାପାଇଁ ଦୃଢଶକ୍ତି ରଖିଥିବାରୁ ବର୍ଷା ଢୋଲିଆ ଜଣେ ପ୍ରତିଭାସୀନ ଛାତ୍ରୀ ହୋଇପାରିଥିଲେ । ତେବେ ସାମାଜିକ ବାଧ ବଧକତା ଯୋଗୁଁ ତାଙ୍କୁ ଆଗକୁ ଯିବାରେ ପ୍ରତିବନ୍ଧକ ହୋଇଥିଲା କିନ୍ତୁ ଜଣେ ଦୃଷ୍ଟିହୀନ ଝିଅ ହେଲେ ମଧ୍ୟ ଭବିଷ୍ୟତରେ ନିଜ ପରିବାର କରିବା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁମୁଡା ଗ୍ରାମର ହାଡିପା ଶୁଶୀଲଙ୍କ ହାତ ଧରି ନିଜ ଜୀବନକୁ ଏକ ସୁଖ ଓ ସମୃଦ୍ଧିମୟ ଦାମ୍ପତ୍ତ୍ୟମୟ ଜୀବନ ଯାପନ କରିବାପାଇଁ ଆପଣାଇଛନ୍ତି । ବର୍ଷା ଢୋଲିଆଙ୍କ ଉତ୍ସାହ ଏବଂ ତାଙ୍କର କର୍ମନିଷ୍ଠା ଆଗକୁ ସୁଫଳ ହେବା ସହ ପ୍ରେରଣାଦାୟକ ହେବ ବୋଲି ସମସ୍ତେ ଆଶିର୍ବାଦ ଦେଇଛନ୍ତି । ଏନେଇ ଗଜପତି ଜିଲ୍ଲା ସମର୍ଥ ଅନୁଷ୍ଠାନ ସବୁବେଳେ ବର୍ଷା ଢୋଲିଆଙ୍କ ନିଷ୍ଠା ଓ ତ୍ୟାଗ ଏବଂ ସଫଳତା ପଛରେ ରହିବୁ ବୋଲି ପ୍ରତିଶୃତିବଦ୍ଧ ବୋଲି କୁହାଯାଇଛି । ଏହି ନୂତନ ଦମ୍ପତ୍ତିଙ୍କୁ ପ୍ରେରଣା ଓ ଆଶିର୍ବଦ ଦେଇ ଉତ୍ସାହିତ କରନ୍ତୁ ବୋଲି ସିସିଡି ଦ୍ୱାରା ପରିଚାଳିତ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର କର୍ମକର୍ତ୍ତା ଓ ଅନ୍ତେବାସୀ ମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ