ଆଦର୍ଶ ଶିକ୍ଷକଙ୍କୁ ମିଳିଲା ‘ପ୍ରକୃତି ବନ୍ଧୁ’ ପୁରସ୍କାର
କୋଦଳା,(ଗୁଲସନ୍ କୁମାର କର) : ବେଗୁନିଆପଡା ବ୍ଲକ ସାଙ୍କୁଡା ଧବଳେଶ୍ବର ଵିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଶ୍ରୀ ନୀଳକଣ୍ଠ ଦାଶ ୨୦୨୦ ମସିହା ପାଇଁ “ପ୍ରକୃତି ବନ୍ଧୁ” ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଏହି ଅବସରରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ।ଶିକ୍ଷକ ଶ୍ରୀ ଦାସ ଏହି ପୁରସ୍କାର ପାଇଥିବାରୁ ବ୍ଳକର ଶିକ୍ଷକ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏହି ପୁରସ୍କାର ପ୍ରଦାନ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଦେହୁରୀ ତଥା ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।ପ୍ରକୃତି ପ୍ରେମୀ ଶ୍ରୀ ଦାଶ ନିଜ ଵିଦ୍ୟାଲୟ ସହ ଅନ୍ୟାନ୍ୟ ସ୍ଥାନରେ ବୃକ୍ଷରୋପଣ କରିବା ଏହାର ଉପକାରିତା ସମ୍ବନ୍ଧରେ ସଚେତନ କରିବା ସହ ସ୍ୱଚ୍ଛତା ସମ୍ବନ୍ଧରେ ମଧ୍ୟ ସଚେତନ କରିବା ସହ ସର୍ବଦା କର୍ମଠ। ଜଣେ ଦକ୍ଷ ସଂଗଠକ,ସୁଵକ୍ତା ତଥା ଆଦର୍ଶ ଶିକ୍ଷକ ଭାବେ ସାଙ୍କୁଡା ତଥା ବେଗୁଣିଆପଡା ବ୍ଳକରେ ବେଶ ପରିଚିତ। ସେ ଏହାସହ ଶ୍ରୀ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରି ନିଜ ସାଂଗଠନିକ ଦକ୍ଷତାକୁ ପ୍ରତିପାଦନ କରିଛନ୍ତି।