ଆଦର୍ଶ ଶିକ୍ଷକ ଇନ୍ଦ୍ରମଣି ସାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତ ଅମୃତପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଇନ୍ଦ୍ରମଣି ସାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲାଷ୍ମୀଧର ସେଠୀ,ସମ୍ମାନୀତ ଅତିଥି ଭାବେ ଶାଳଣିଆର ପୂର୍ବତନ ସମିତିସଭ୍ୟ ଶ୍ରୀଯୁକ୍ତ ବିରେନ୍ଦ୍ର ବିଶ୍ୱାଳ, ସମାଜସେବୀ ସୁରେନ୍ଦ୍ର କାଣ୍ଡି, ବିବେକାନନ୍ଦ ବେହେରା, ଲାଷ୍ମୀଧର ସାହୁ, ଯଯାତି କେଶରୀ ରାଉତ, ମାନ କୁମାର ଦାସ, ଚକ୍ରଧର ପୁହାଣ, ଇଂ ରତ୍ନାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷକ ଇନ୍ଦ୍ରମଣି ସା ଜଣେ ଛାତ୍ରବସ୍ରଳ ସହ ସ୍କୁଲ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପରିଚିତ ହୋଇଥିଲେ। ହୀରା,ମୋତି,ମାଣିକର ବିକଳ୍ପ ଅଛି କିନ୍ତୁ ଇନ୍ଦ୍ରମଣି ସାରଙ୍କର ବିକଳ୍ପ ନାହିଁ ବୋଲି ଛାତ୍ରଛାତ୍ରୀ ମାନେ ନିଜ ଅଭିଭାଷଣ ରେ କହିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ