ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ଲେଙ୍କାଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଭାରତୀ ବିଦ୍ୟା ମନ୍ଦିରର ଆଦର୍ଶ ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଲେଙ୍କାଙ୍କର ୫୪ ବର୍ଷ ବୟସରେ ମସ୍ତିଷ୍କ ଜନିତ ଆଘାତରେ କଟକ ବଡ ଡାକ୍ତରଖାନରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ତାଙ୍କ ମୃତ ଶରୀର ଜନ୍ମସ୍ଥାନ ନିକିରାଇ ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଶୋକାକୂଳ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଲେଙ୍କାଙ୍କ ଇନ୍ଦୁପୁର ହାଇସ୍କୁଲର ୧୯୮୩ ବ୍ୟାଚ୍ର ସହପାଠୀ ତଥା ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଣବ କୁମାର ଜେନା, ସହପାଠୀ ଶଶିକାନ୍ତ ସାହୁ, ପ୍ରମୋଦ କୁମାର ପତି, ପ୍ରଭାତ କୁମାର ମହାରଣା, ଜ୍ଞାନେନ୍ଦ୍ର ବାରିକ, ଶଶିଭୂଷଣ ପଣ୍ଡା, ରାମ ନାରାୟଣ ସିଂ, କୁତରଙ୍ଗ ମଦନମୋହନ ଜ୍ଞାନପୀଠର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ କର୍ମଚାରୀ, ବେଣୁଧର ନାୟକ ଓ ଛାତ୍ରଛାତ୍ରୀମାନେ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ, ପରିବେଶବିତ୍ କାଶୀନାଥ ରାଉତରାୟ, ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ଶିକ୍ଷାବିତ୍ ବିଜୟ କୁମାର ଖୁଣ୍ଟିଆ, ପିତବାସ ପଣ୍ଡା, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ଲେଙ୍କାଙ୍କ ୩ଝିଅ, ପତ୍ନୀ ଓ ବୃଦ୍ଧ ପିତା ମାତା ଅଛନ୍ତି । ପୁଅର ମୃତ୍ୟୁ ଖବର ପାଇ ମା’ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


