ଆଦର୍ଶ ଶିକ୍ଷକ ଗୋବିନ୍ଦ ମଲ୍ଲଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ହରିପୁର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ମଲ୍ଲଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କନ୍ଦ୍ରୋପଡା- ଯାଜପୁର ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ହରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ରଘୁନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ବ୍ରଜକିଶୋର ପତି, ପରମାନନ୍ଦ ଥାଟୋଇ, ପ୍ରଣବ କୁମାର ଜେନା, ଅନାଦି ଚରଣ ଦାସ, କୃପାସିନ୍ଧୁ ସାହୁ, ସମାଜସେବୀ ନିମାଇଁ ଚରଣ ବିଶ୍ୱାଳ, ବାସୁଦେବ ଜେନା, ବେଣୁଧର ନାୟକ, ପ୍ରାକ୍ତନ ସରପଞ୍ଚ ବାସନ୍ତୀ ସାହୁ, ସରୋଜକାନ୍ତ ପଣ୍ଡା, ଶିକ୍ଷକନେତା ସତ୍ୟବ୍ରତ ପୁହାଣ, କୁଳମଣି ରାଉତ, ଗଗନବିହାରୀ ଜେନା, ପ୍ରକାଶ ଜେନା, ଜ୍ଞାନେନ୍ଦ୍ର କୁମାର ବାରିକ, ପ୍ରମୋଦ କୁମାର ରାଉତ, ରଜନୀକାନ୍ତ ସିଂହ, ଦେବେନ୍ଦ୍ର ରାଉତ, ଅମର ପ୍ରସାଦ ରାଉତ, ରାମନାରାୟଣ ସିଂହ, ନିକେତନ ଜେନାଙ୍କ ସମେତ ନିକିରାଇ ପଞ୍ଚାୟତର ବହୁ ବୁଦ୍ଧିଜୀବି ଶ୍ରଦ୍ଧାସୁମନ ।ର୍ପଣ କରି ଗୋବିନ୍ଦ ସାର ଅଞ୍ଚଳର ଜଣେ ଛାତ୍ରବତ୍ସଳ ଶିକ୍ଷକ ହିସାବରେ ଯେତିକି ପରିଚିତ ଜଣେ ଉଚ୍ଚ ମାନବିକ ମୂଲ୍ୟବୋଧ ଭିତ୍ତିକ ବ୍ୟକ୍ତି ଭାବରେ ସେତିକି ପରିଚିତ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିଭା ପୂଜା ସଂସଦର ଆବାହକ ମୂରଲୀଧର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କବି ଶୈଳଜାଶଙ୍କର ସାମଲ ସଭା ସଂଯୋଜନା କରିଥିଲେ । ସ୍ୱର୍ଗତ ମଲ୍ଲଙ୍କ ଜ୍ୟେଷ୍ଠପୁତ୍ର ଯୋଗେଶ୍ୱର ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ