ଆଦର୍ଶ ଶିକ୍ଷକ ଙ୍କ ସ୍ମୃତି ସଭା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତମ୍ପାଳୋ ପଞ୍ଚାୟତ ଅଳକୁଣ୍ଡ ଗ୍ରାମର ଆଦର୍ଶ ଶିକ୍ଷକ କୁଞ୍ଜ ବିହାରୀ ମହାନ୍ତି ଙ୍କ ମୃତ୍ୟୁ ରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । କୈଳାଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସନାତନ ପାତ୍ର ,ଗୋପୀନାଥ କର ,ଡଃ,କେଦାରନାଥ ସାହୁ ,କୃଷ୍ଣଚନ୍ଦ୍ର ରାଉତ,ଲିଙ୍ଗରାଜ ପଣ୍ଡା ,ସରପଂଚ ସସ୍ମିତା ଖଟୋଇ, ଯୁବନେତା ରଚିଦାନନ୍ଦ ଖଟୋଇ, ଅଜୟ ସ୍ବାଇଁ ,ମହେନ୍ଦ୍ର ମହାପାତ୍ର ସମେତ ବହୁ ଶିକ୍ଷକ ନେତା, ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ କୁଞ୍ଜ ସାର ଙ୍କ ସ୍ମୃତି ଚାରଣ କରିଥିଲେ। ସେ ଜଣେ କେବଳ ଆଦର୍ଶ ଶିକ୍ଷକ ନ ଥିଲେ,ସେ ଜଣେ ଭଲ କଳାକାର ମଧ୍ୟ ଥିଲେ । ପାଳିଶ୍ରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା ସମୟରେ ତାଙ୍କ ନିକଟରେ ଅଧ୍ୟୟନ କରି ବହୁ ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷିତ ହୋଇ ଭଲ ପଦ ପଦବୀରେ ଚାକିରୀ କରିଛନ୍ତି ।ତାଙ୍କର ମୃତ୍ୟୁ ଏ ଅଞ୍ଚଳ ଲାଗି ଏକ ଶୁନ୍ୟ ସ୍ଥାନ ରହିଗଲା ବୋଲି ବକ୍ତା ମାନେ କହିଥିଲେ ।ତାଙ୍କର ପୁତ୍ର ପ୍ରଶାନ୍ତ କୁମାର ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସେ ବି ଜଣେ ନାଟ୍ୟ ନିର୍ଦ୍ଦେଶକ ଲେଖକ ,ଓ କଳାକାର ଭାବେ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ର ବିୟୋଗରେ ଏ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।