ଆଦର୍ଶ ଶିକ୍ଷକ ତଥା କଳାକାର ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ କଳାକାର ପ୍ରଦ୍ୟୁମ୍ନ ଖୁଣ୍ଟିଆ(୯୫)ଙ୍କର ଗୁରବାର ଅପରାହ୍ନରେ ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ଜ୍ୟୋଷ୍ଠ ପୁତ୍ର ସାମ୍ବାଦିକ ଦୀଲିପ, ବଡ ଝିଅ ଅଧ୍ୟାପିକା ଅଞ୍ଜଳୀ, ବଡବୋହୁ ହିମାନୀ, ନାତି ଅଧ୍ୟାପକ ସମ୍ବିତ୍ ଶୁଭଙ୍କର, ନାତୁଣୀ ବୋହୁ ସ୍ନିଗ୍ଧାରାଣୀ, ସାନପୁଅ ସଂଗୀତା ସୁରମୟ ଓ ଅଣନାତି ସାଇଗୌରବଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ, ବହୁବିଧ କଳାର ଅଧିକାରୀ, ଅମାୟିକ, ପରୋପକାରୀ ବ୍ୟକ୍ତି ଥିଲେ । ୧୯୯୨ ମସିହାରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ସେଣ୍ଢତୀରା ପଞ୍ଚାୟତରେ ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ମଧ୍ୟ ଲୋକପ୍ରିୟତା ବଜାୟୀ ରଖିଥିଲେ । ଚାକିରୀ ଜୀବନରେ ଓଡିଶାର ବିଭିନ୍ନ ଜିଲାରେ ସେ ସୁନାମ ଅର୍ଜ୍ଜନ କରିଥିଲେ । ୪ ବର୍ଷ ତଳେ ତାଙ୍କର ପତ୍ନୀ ଦିବଂଗତ ଇନ୍ଦୁମତୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ସାନଭାଇ ସୁରେନ୍ଦ୍ର ଖୁଣ୍ଟିଆ ଜଣେ ଶିଳ୍ପପତି ତଥା ଚଳିଚିତ୍ର ପ୍ରଯୋଜକ ହୋଇଥିବା ବେଳେ ମଝିଆ ପୁଅ ଅଜିତ୍‌, କନିଷ୍ଠ ପୁତ୍ର ଶିଳ୍ପୀ ଅଶୋକ ଦୈନିକ ଖବର କାଗଜ ସମାଜରେ କାର୍ଟୁନିଷ୍ଟ ଅଛନ୍ତି । ସେହିପରି ମଝିଆ ପୁଅ ଜିଲାରେ ରହୁଥିବା ବେଳେ ବଡ ଝିଅ ଅଞ୍ଜଳୀ, ମଝିଆ ଝିଅ ଅନୁପମା ଓ ସାନଝିଅ ଅନୁରଞ୍ଜିତା ବାହାରେ ରହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ