ଆଦର୍ଶ ଶିକ୍ଷକ ତଥା କଳାକାର ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମର ଆଦର୍ଶ ଶିକ୍ଷକ ତଥା କଳାକାର ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କର ଏକାଦଶାହ କ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଖୁଣ୍ଟିଆଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ରଥ ଦାସ, ରାଜ୍ୟ ମହିଳା ବିଜେଡି ସଂପାଦିକା ସୁଜାତା ଜେନା, ସିପିଆଇର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଦିବାକର ନାୟକ, ଓଷ୍ଟାର ପୂର୍ବତନ ରାଜ୍ୟ ସଂପାଦକ ରଘୁନାଥ ସାହୁ, ଶିଶୁ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀର ସଦସ୍ୟ ଇଂ.ଅଭୟ ସୂତାର, ନାଟ୍ୟକାର ଡ.ସୁଧାଂଶୁ ନାୟକ, ଚଳଚିତ୍ର ପ୍ରଯୋଜକ ତଥା ଶିଳ୍ପପତି ସୁରେନ୍ଦ୍ର ଖୁଣ୍ଟିଆ, ଓଷ୍ଟାର ପୂର୍ବତନ ବ୍ଲକ ସଂପାଦକ ଗୌରାଙ୍ଗ ଚରଣ ମହାନ୍ତି, ସାମ୍ବାଦିକ ହରିହର ନାୟକ, ଜାତୀୟ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ରାଜ୍ୟ ଛାତ୍ର କଂଗ୍ରେସ ନେତା ମନୋଜ ବିଶ୍ୱାଳ, କ୍ରେଡେନ୍‌ସିଆଲର ଏମ୍‌.ଡି.ଧନଞ୍ଜୟ ବେହୁରିଆ, ସେଣ୍ଢତୀରା ସମବାୟ ସମିତିର ପୂର୍ବତନ ସଭାପତି ପ୍ରେମାନନ୍ଦ ନାୟକ, ଆଇନଜୀବି ବେଣୁଧର ମଲ୍ଲିକ, ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ଯୁବନେତା ରାଜେଶ ପହି, ପୂର୍ବତନ ରାଜସ୍ୱ ନୀରିକ୍ଷକ ଦୀନବନ୍ଧୁ ରାଉତ, ଶିକ୍ଷୟତ୍ରୀ ଝୁରଣବାଳା ଖୁଣ୍ଟିଆ, ଅଧ୍ୟାପିକା ଡ.ଅଞ୍ଜଳୀ ଖୁଣ୍ଟିଆ, କମଳ ସ୍ୱାଇଁ, ଅଶୋକ ଜେନା, ବିନୟ ବିହାରୀ ପଟ୍ଟନାୟକ, ସଂଗୀତା କୁଅଁର, ଆଗରପଡା ଅଗ୍ନିଶମ ବାହିନୀ ଅଧିକାରୀ ସଂଜୀବ୍ କୁମାର ପ୍ରଧାନ, ନିରାକର ଜେନା, ସୁଚେତା ମହାପାତ୍ର, ସମିନା ପଣ୍ଡା, ଅନୁପମା ଖୁଣ୍ଟିଆ, ରଥ ବାରିକ, ସମାଜସେବୀ ଡ.ପ୍ରଶାନ୍ତ ଖଟୁଆ ଯୋଗ ଦେଇ ସ୍ୱର୍ଗତ ଖୁଣ୍ଟିଆଙ୍କର ଅବିସ୍ମରଣୀୟ ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ