ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରବୀଣ ପଣ୍ଡାଙ୍କ ପରଲୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଦକ୍ଷିଣ ଓଡିଶାର ଲୋକ ପ୍ରିୟ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଆଦର୍ଶ ଶିକ୍ଷକ ପ୍ରବୀଣ ପଣ୍ଡାଙ୍କ ଆଜି ପରଲୋକ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ହେବା ଯୋଗୁଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର,ନାଟ୍ୟକାର,ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ଥିଲେ । ନାଟକ ପାଇଁ ନିଜ ଜିବନକୁ ଉତ୍ସର୍ଗ କରି ୫୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ,ନିର୍ଦ୍ଦେଶନା ଦେଇ ସମଗ୍ର ଦକ୍ଷିଣ ଓଡିଶାରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ଦକ୍ଷିଣ ଓଡିଶାର ନାଟ୍ୟ ଜଗତରେ ଏକ ଶୁନ୍ୟସ୍ଥାନ ଶୃଷ୍ଟି ହୋଇଗଲା ବୋଲି ନାଟ୍ୟ ପ୍ରେମିମାନେ ମତ ଦେଇଛନ୍ତି । ସେ ଏହି ଜିଲ୍ଲାର ଗୋଷାଣୀ ବ୍ଲକର ଭିନଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୁପେ କାର୍ଯ୍ୟ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଦାୟକ କେ.ନାରାୟଣ ରାଓ,ପୁର୍ବତନ ନଗରପାଳ ନୃସିଂହ ପଟ୍ଟନାୟକ,ନାଟ୍ୟକାର ଦେବେନ୍ଦ୍ରେ ଦାସ,ଗୁରୁ ରଘୁନାଥ ପାତ୍ର,ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ପୁର୍ବତନ ବିଧାୟକ କେ.ସୁରିୟା ରାଓ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,କ୍ରୀଏଟିଭ୍ ଆର୍ଟସ,ମୁର୍ଚ୍ଛନା କଳା ପରିଷଦ,ଭକ୍ତି ସଂଗିତ ସଂସଦ,ତରଙ୍ଗରଙ୍ଗ,ସମଲେଇ ନୃତ୍ୟକଳା ପରିଷଦ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ସହ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ରଶ୍ମିରଞ୍ଜନ ମିଶ୍ର,ଗଣେଶ ରାଜୁ,ଜଗଦୀଶ ପଣ୍ଡା,ରୁପେଶ ସାହୁ,ଆଦର୍ଶ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।