ଆଦର୍ଶ ଶିକ୍ଷକ ଭଜକୃଷ୍ଣ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଦର୍ଶ ଶିକ୍ଷକ ଭଜକଷ୍ଣ ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଛଗରିଆ ସ୍ଥିତ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କହିଲେ ଭଜସାର ଜଣେ ଆଦର୍ଶ ଶିକ୍ଷକ ଭାବେ ପିଲାଙ୍କୁ ମଣିଷ ପରି ମଣିଷଟିଏ ଭଳି ଗଢିତୋଳୁଥିଲେ । ତାଙ୍କ ଠାରୁ ଶିକ୍ଷାଗ୍ରହଣ କରି ଦେଶ ବିଜେଶରେ ବହୁ ଛାତ୍ରଛାତ୍ରୀ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଭଜ ସାରଙ୍କ ପାଠପଢା ସହ ତାଙ୍କ ବେତ ପାହାର ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ କରି ଗଢିବାରେ ସହାୟକ ହୋଇଥିଲା । ଶିକ୍ଷକତା ବୃତ୍ତି ଶେଷ କରିବା ପରେ ସେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସାଧାରଣଙ୍କ ସେବା କରିବାରେ ବାକି ଜୀବନ ବିତାଇ ଦେଇଥିଲେ । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଠନ କରିବା ଠାରୁ ଆରମ୍ଭ କରି ସାମାଜିକ, ଓ ସାଂସ୍କୃତିକ ଅନୁଷ୍ଠାନ ଗଢିବାରେ ସେ ମୁଖ୍ୟ ବିନ୍ଧାଣୀ ଥିଲେ । ଜିଲ୍ଲା ରାଜନୀତିରେ ତାଙ୍କର ବେଶ ପ୍ରଭାବ ରହିଥିଲେ ମଧ୍ୟ କୌଣସି ପଦପଦବୀରେ ରହିବାକୁ ସେ ପସନ୍ଦ କରି ନଥିଲେ । ରାଜନେତା ଓ ଜନପ୍ରତିନିଧିମାନଙ୍କ ଦୋଷ ଦୁର୍ବଳତାକୁ ସେ ବିଭିନ୍ନ ସଭାସମିତିରେ ସେମାନଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ସେ କୁଣ୍ଠାବୋଧ କରୁନଥିଲେ । ରାଜନେତାମାନେ ମଧ୍ୟ ସେହି ସଭାରେ ନିଜର ଭୁଲ ସ୍ୱୀକାର କରିବା ସହ ଭଜ ସାରଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବିଜେଡି ଯୁବ ନେତା ରାଜେଶ ପଣ୍ଡାଙ୍କ ପରିଚାଳନା ଓ ଅଧ୍ୟାପକ ଅଜୟ ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଗୀତାଞ୍ଜଳୀ ସେଠୀ, କିଶୋର ପଣ୍ଡା, ଧୀରେନ୍ ସାହୁ, ଯଯାତୀକେଶରୀ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ସାମ୍ବାଦିକ ସଙ୍ଘର ସଭାପତି ପରେଶ ଦାସ, ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ସେକ ଚନ୍ଦନ, ସୁନାକର ବେହେରା, ସଞ୍ଜୟ ରଥ, ପ୍ରମୋଦ ରଥ, କେଦାର ସାମନ୍ତରାୟ, ଜ୍ୟେଷ୍ଠ ପୁତ୍ର ମାନସ ରଞ୍ଜନ ରାଉତ, ମଧ୍ୟମ ପୁତ୍ର ଜିଲା ପରିଷଦ ସଭ୍ୟ ରଶ୍ମୀ ରଞ୍ଜନ ରାଉତ, କନିଷ୍ଠ ପୁତ୍ର ସ୍ମୃତି ରଞ୍ଜନ ରାଉତ, ଅବଧୂତ ରାଉତ, କାର୍ତ୍ତିକ ଚରଣ ନାୟକ, ସରୋଜକାନ୍ତ ପଣ୍ଡା, ଅଭିମନ୍ୟୁ ଗୋଛାୟତ, ସୁବନୀ ସାହୁ, ଦିଲ୍ଲିପ ସାହୁ, ଅମୂଲ୍ୟ ନାୟକ, ସୁମନ୍ତ ଦାସ, ଅରବିନ୍ଦ ସ୍ୱାଇଁ, ରବୀନ୍ଦ୍ର ପଣ୍ଡା, ପ୍ରତାପ ମଲ୍ଲିକ, ବିକ୍ରମ ରାଉତରାୟ, ସାଗରିକା ଦାସ, ଶିବପ୍ରସାଦ ଭଳ, ଧନେଶ୍ୱର ସେଠୀ, ଭକ୍ତ ମଲ୍ଲ, ନିର୍ଲିପ୍ତା ଦାସ, ସୁଧାଂଶୁ ରାୟ, ରୋସ୍ôନା ସାହୁ, ଅରବିନ୍ଦ ମଲ୍ଲିକ, ଆଦିକନ୍ଦ ରାଉଳ, ବିଜୟ ଦାସ, ଲୋହିତ ମହାନ୍ତି, ଅଜୟ ମହାନ୍ତି, ଅକ୍ଷୟ ସାହୁ, ରମଣିରଞ୍ଜନ ରାଉତରାୟ, ନବଜ୍ୟୋତି ରାୟ, ଭଜବାବୁଙ୍କ ନାତୁଣୀ, ଶ୍ରୀଚରଣ ସାମଲ, ଉମେଶ ନାୟକ, ସୀତାକାନ୍ତ ନାୟକ, ପ୍ରଣବ ଜେନା, କାଶୀନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ