ଆଦର୍ଶ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ତଥା ସମସ୍ତଙ୍କୁ ଭଲ ପାଉଥିବା ଦରଦୀ ମଣିଷ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଦାସଙ୍କ ଉଦେଶ୍ୟରେ ଏକ ସ୍ମୃତିସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର, ସମ୍ବାଦ ସାହିତ୍ୟ ଘର ସଭାନେତ୍ରୀ କବୟତ୍ରୀ ଅବନ୍ତୀ ବେହେରା ଓ ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଦାସ ଜଣେ ଆଦର୍ଶ ଶିକ୍ଷକ, ସାଧାରଣ ଜନତାଙ୍କୁ ସେବା କରୁଥିବା, ତ୍ୟାଗପୂତ ଜୀବନ ଓ ମଣିଷ ଭଳି ମଣିଷ ଟିଏ ଥିଲେ ବୋଲି ବକ୍ତାମାନେ କହିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ ସୁଶିଲ ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହ ସ୍ୱର୍ଗତ ଦାସଙ୍କ ସହିତ ବିତାଇଥିବା ଘଟଣାକ୍ରମକୁ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ସୁବାଷ ପାତ୍ର, ରବୀନ୍ଦ୍ର ନାଥ ରଥ, ଅମରବର ବିଶ୍ୱାଳ, ଗୋଲେଖ ପଢିଆରୀ, ମୁକ୍ତାର ଖାଁ, ରଣଧିର ଜେନା, ସେକ ସୈାକତ ଖାନ, ନଳିନୀ କାନ୍ତ ଦାସ, ସେକ ସମସେର, ନାରାୟଣ ସାହୁ, ସୁହାନା ପରୱିନ, ନିରୂପମା ସିଂହ, ସେକ ଅବଦୁଲ ଜଲାଲ, ସତ୍ୟପ୍ରିୟ ଦାସ, ବୈଷ୍ଣବ ପ୍ରଧାନ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ