ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ଶ୍ରାଦ୍ଧବାର୍ଷିକୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବହୁମୁଖୀ ପ୍ରତିଭାଧାରୀ କଳାକାର ସ୍ୱର୍ଗତ ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ପ୍ରଦ୍ୟୁମ୍ନ ଖୁଣ୍ଟିଆ ଓ ସହଧର୍ମିଣୀ ସ୍ୱର୍ଗତା ଇନ୍ଦୁମତୀ ଦେବୀଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏଥିରେ ବରିଷ୍ଠ ସିପିଆଇ ନେତା ତଥା ଶହୀଦ୍ ତୀର୍ଥଯାତ୍ରା କମିଟିର ସଭାପତି ବୈଲୋଚନ ଜେନା, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ସମାଜସେବୀ ନିରଞ୍ଜନ ସେନାପତି, ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସାମ୍ବାଦିକ ଡଃ.ହରିହର ନାୟକ, ଅବିନାଶ ପଣ୍ଡା, ଅଜୟ ପଣ୍ଡା, ସୌମ୍ୟରଞ୍ଜନ ପାଢୀ, ପାର୍ଥସାରଥି ନାୟକ, ମନୋରଞ୍ଜନ ମହାନ୍ତି ଯୋଗ ଦେଇ ସ୍ୱର୍ଗତ ଖୁଣ୍ଟିଆଙ୍କ ଜୀବନାଦର୍ଶ ଉପରେ ସ୍ମୃତିଚାରଣ କରିଥିଲେ । ସେହିପରି ଅଧ୍ୟାପକ ଜୟନ୍ତ ପରିଡା, ରୁଦ୍ରପ୍ରସନ୍ନ ସାହୁ, ସୌମ୍ୟରଞ୍ଜନ ପାଣିଗ୍ରାହୀ, ସମରଜିତ୍ ସାମଲ, ସୌମ୍ୟରଂଜନ ଜେନା, ସନ୍ତୋଷ କୁମାର ସ୍ୱାଇଁ, ପ୍ରଶାନ୍ତ ବେହେରା, ପ୍ରଫୁଲ୍ଲ ବାରିକ, ନାସିର ବକ୍ସ, ରମେଶ ମହାରଣା, ହେମନ୍ତ ଜେନା, ଶରତ ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ଖୁଣ୍ଟିଆଙ୍କ ବହୁମୁଖୀ କଳା ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋଷ୍ଠପୁତ୍ର ସାମ୍ବାଦିକ ତଥା କାର୍ଟୁନିଷ୍ଟ ଦିଲୀପ ଖୁଣ୍ଟିଆ, ସମାଜର କାର୍ଟୁନିଷ୍ଟ ଶିଳ୍ପୀ ଅଶୋକ କୁମାର ଖୁଣ୍ଟିଆ, କନ୍ୟା ଅଧ୍ୟାପିକା ଡ.ଅଞ୍ଜଳୀ ଖୁଣ୍ଟିଆ, ଅନୁରଞ୍ଜିତା ଜେନା, ଅଶୋକ ଜେନାଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।


