ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ବିଧାୟକଙ୍କ ଦ୍ୱାରା ଭୂମି ପୂଜନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀ ଲଙ୍ଗଳେଶ୍ୱର ମନ୍ଦିର ନିକଟରେ ଥିବା ଶ୍ମଶାନକୁ ଏକ ଆଦର୍ଶ ଶ୍ମଶାନ ଭାବେ ନିର୍ମାଣ ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ କରକମଳରେ ଭୂମିପୂଜନ କାର୍ଯ୍ୟକ୍ରମ ଜାନୁଆରୀ ୦୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଏନଏସି ର ବହୁ ପୁରାତନ ଏହି ଶ୍ମଶାନ ଭୂମିର ଆଧୁନିକ କରଣ କରାଯାଇ ଆଦର୍ଶ ଶ୍ମଶାନରେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ, ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ଭଗବାନ ସାହୁ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ଗୋପାଳ ଚନ୍ଦ୍ର ସାହୁ, ରଞ୍ଜିତ ସାହୁ ଙ୍କ ସମେତ ବହୁବ୍ୟକ୍ତି ଯୋଗଦେଇଥିଲେ । ଏହି ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ପ୍ରାୟ ୬୩ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା ଏନଏସି କନିଷ୍ଠ ଯନ୍ତ୍ରୀ ଇଂ ଏସ ଚିତ୍ରସେନ ରେଡି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ