ଆଦର୍ଶ ସମାଜସେବୀକା ସୁବାସିନୀଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଶୁପାଳ ଗଡ଼ର ଆଦର୍ଶ ସମାଜସେବୀକା, ମିଷ୍ଠଭାସୀ ଧର୍ମପ୍ରାଣ ମହିଳା ସ୍ବର୍ଗତ ସୁବାସିନୀ ପାତ୍ରଙ୍କ ଏକାଦଶାହ ଓ ସ୍ମୃତି ଚାରଣ ଟଙ୍କପାଣି ରୋଡ଼ସ୍ଥିତ ମେଳଣ ପଡିଆରେ ଠାରେ ଅନୁଷ୍ଠିତ ହୋଇ ଯାଇଛି.ଉକ୍ତ ସ୍ମୃତି ସଭାରେ ତାଙ୍କ ଏକମାତ୍ର କନ୍ୟା ଭାଗ୍ୟଲତା ପାତ୍ରଙ୍କ ସହିତ ବ୍ରହ୍ମମହେସ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ସୁକାନ୍ତି ପଣ୍ଡା,ସବିତା କବିତା,ସମୀର ନିରୁପମା,ପ୍ରତାପ, ସୁଶୀଲ, ସୁଷମା, ଶୁଚିସ୍ମିତା ପ୍ରମୁଖ ଉପସ୍ଥିତ ରହିବା ରହ ତାଙ୍କ ସମାଜସେବା, ପରୋପକାର, ତଥା ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ. ସ୍ମୃତି କମିଟିର ଆବାହକ ଓ ସନ୍ତାନ ଶ୍ରୀକାନ୍ତ, ସୁଶାନ୍ତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ.ଶେଷରେ ସମାଜସେବୀ ଧ୍ରୁବ ଚରଣ ପାତ୍ର, ସୂର୍ଯ୍ୟନାରାୟଣ ସୁଧୀର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା ସଂଗୀତ ଆୟୋଜନ କରିଥିଲେ ବୋଲି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେରେ ଜଣାଇଥିଲେ.