ଆଦାନି “ଗ୍ରିନ୍ ଟକ୍‌ସ”ରେ ୫ ସାମାଜିକ ପ୍ରଭାବ ଷ୍ଟାର୍ଟଅପ୍‌କୁ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୬ ଡିସେମ୍ବର ୨୦୨୩:ଆଦାନି ଗ୍ରୁପ୍ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ “ଗ୍ରିନ ଟକ୍‌ସ”ର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଛି । ପାଂଚଟି ଷ୍ଟାର୍ଟଅପର ପ୍ରତିଷ୍ଠାତା ସେମାନଙ୍କ ଆଇଡିଆ ଉପସ୍ଥାପନ କରିବେ । ଗ୍ରିନ୍ ଟକ୍‌ସ ହେଉଛି ଏକ ଅଣ ଲାଭଦାୟକ ଖୋଲା ମଂଚ ଯାହା ସାମାଜିକ ସଂସ୍ଥାଗୁଡ଼ିକର ବିଶ୍ୱସ୍ତରୀୟ ନେଟୱର୍କକୁ ଏକତ୍ରୀତ କରୁଛି ଯେଉଁମାନେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ୨୦୨୩ ସଂସ୍କରଣରେ ସେହି ଉଦ୍ୟୋଗୀମାନଙ୍କୁ ସୁଯୋଗ ଦିଆଯାଇଥିଲା ଯେଉଁମାନେ ସେମାନଙ୍କ ଅଭିନବ ସମାଧାନ ଜରିଆରେ ଗ୍ରାମୀଣ ଭାରତରେ ଉନ୍ନତି ଆଣିବା ଦିଗରେ କାମ କରି ମାନବ ସମାଜର କଲ୍ୟାଣ କରୁଛନ୍ତି ।ଚଳିତ ବର୍ଷ ଗ୍ରିନ୍ ଟକ୍‌ସରେ ଅଂଶଗ୍ରହଣ କରିଥିବା ଷ୍ଟାର୍ଟଅପ୍ ମଧ୍ୟରେ ରହିଥିଲା ଡିଭେକ୍ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍ ଯାହା ଏଭଳି ଏକ ଡିଭାଇସ୍ ବିକାଶ କରିିଛି ଯାହାକୁ ସାଇକଲ୍‌ରେ ବ୍ୟବହାର କଲେ ତାହା କିଛି ମିନିଟ୍ ଭିତରେ ଇଭିରେ ରୂପାନ୍ତରୀତ ହୋଇଯାଉଛି । ସେହିପରି ହକ୍‌ଦର୍ଶକ ନାମକ ସଂସ୍ଥା ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସହଜତା ଓ ସ୍ୱଚ୍ଛତା ଉପରେ କାମ କରୁଛି । ଅନ୍ୟତମ ଷ୍ଟାର୍ଟଅପ୍ ଥିଲା ମରୁତ ଡ୍ରୋନ୍‌ସ ଯାହା ଚାଷ କାମରେ ବ୍ୟବହାର ହେଉଥିବା ସ୍ମାର୍ଟ ଡ୍ରୋନ୍ ବିକାଶ କରୁଛି । ଓନେର୍ଜି ସୋଲାର ସମସ୍ତଙ୍କ ପାଖରେ ସୌର ସମାଧାନ ପହଂଚାଇବା ଦିଗରେ କାମ କରୁଛି । ପିଆର୍‌ଇଏସ୍‌ପିଏଲ୍ ଗ୍ରିନ୍ ଓ ସ୍ଥାୟୀ ବାୟୋମାସ ସମାଧାନ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି କହିଛନ୍ତି ଯେ, “ଆଜିର ଦିନରେ ଶିଖିବା ହେଉଛି ଏକ ସଂସ୍ଥା ପାଇଁ ଭିନ୍ନତା ଆଣିବାର ସବୁଠୁ ବଡ଼ ମାଧ୍ୟମ । ପ୍ରଯୁକ୍ତିକୁ ବିଷୟରେ ଜାଣିବାର ଶ୍ରେଷ୍ଠ ଉପାୟ ହେଉଛି ନିଜକୁ ଷ୍ଟାର୍ଟଅପ ଦୁନିଆ ସହ ଯୋଡ଼ିବା । ସ୍ୟାଣ୍ଡବକ୍ସ ଭାବେ ବ୍ୟବହାର କରି ନିଜ ସମାଧାନ ମୂତୟନ କରିବା ଲାଗି ଆଦାନି ଗ୍ରୁପ୍ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆମନ୍ତ୍ରଣ କରିଛି । ଆଦାନି ଗ୍ରୁପର ଅନ୍ୟତମ ମୂଲ୍ୟବୋଧ ହେଉଛି ସାହସ ଏବଂ ଷ୍ଟାର୍ଟଅପ ଗଠନରେ ଯୁବବର୍ଗ ପ୍ରଦର୍ଶନ କରିଥିବା ସାହସକୁ ଆମେ ପ୍ରଶଂସା କରୁଛୁ । ଉଦ୍ୟମିତାର ଭାବ ସେମାନଙ୍କୁ ଆଗକୁ ବଢ଼ାଉଛି, ଯାହା ଭାରତକୁ ଆବଶ୍ୟକ । ସେଥିପାଇଁ ଭାରତରେ ବହୁ ୟୁନିକର୍ଣ୍ଣ ରହିଛନ୍ତି ଓ ଏହି ଖୁସିକୁ ପାଳନ କରିବାର ଆବଶ୍ୟକତା ରହିଛି ।”ଗ୍ରିନ ଟକ୍‌ସର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣ ଯଥାକ୍ରମେ ୨୦୨୧ ଓ ୨୦୨୨ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମାଜିକ ଗଣମାଧ୍ୟମଗୁଡ଼ିକୁ ମୋଟ ୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ