ଆଦାନୀ ପକ୍ଷରୁ ଲୁକ୍କାୟିତ ସ୍ପୋର୍ଟସ ପ୍ରତିଭାଙ୍କ ପାଇଁ ପ୍ରଶୀକ୍ଷଣ ସହାୟତା ଘୋଷଣା
ରିଓ ଅଲମ୍ପିକସ ୨୦୩୬ କୁ ଆଖିରେ ରଖି ଆଦାନୀ ପକ୍ଷରୁ ଭାରତର କୋଣ ଅନୁକୋଣ ରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଆବିଷ୍କାର କରି ପ୍ରଶୀକ୍ଷଣ ସହୟତା ଦେବା ପାଇଁ ଏକ ଦୀର୍ଘସୁତ୍ରି କାର୍ଯ୍ୟକ୍ରମ ‘ଗର୍ବ ହେ’ ଘୋଷଣା କରାଯାଇଛି ।
ଏହି ଗର୍ବ ହେ କାର୍ଯ୍ୟକ୍ରମ ପାଇଁ ମେ ମାସ ୧୫ ତାରିଖରୁ ଖେଳାଳୀ, ପ୍ରଶିକ୍ଷକ ଓ ସ୍ପୋର୍ଟସ ଶିକ୍ଷାନୁଷ୍ଠାନ ମାନେ ଆବେଦନ କରିବା ଆରମ୍ଭ କରିଦେଇଛନ୍ତି । ଏହି କାର୍ଯ୍ୟକ୍ରରେ ୨୯ଟି ରାଜ୍ୟ, ୧୦୦ଟି ସହରରୁ ୫୦୦୦ ଟି ଏଂଟ୍ରି ନିଆଯାଇ ତନ୍ମଧ୍ୟରୁ ୧୫ ଜଣ ଉଚ୍ଚ କ୍ଷମତା ସମ୍ପନ୍ନ ଖେଳାଳି ଙ୍କୁ ବଛାଯିବ । ଶ୍ରୀ ପ୍ରଣବ ଆଦାନୀ, ନିର୍ଦ୍ଦେଶକ, ଆଦାନୀ ଏଂଟରପ୍ରାଇଜେସ କହିଛନ୍ତି ଯେ, “ଭାତରେ କ୍ରୀଡାକୁ ନେଇ ଏକ ଅଦଭୁତ ପୁର୍ବ ବାତାବରଣ ସୃଷ୍ଟି ହୋଇଛି, ସରକାରୀ ସ୍ତରରେ ନବପ୍ରତିଭାଙ୍କ ପାଇଁ ବହୁତ ଗୁଡିଏ ନୂତନ ସୁଯୋଗ ଯୋଗାଇଦିଆଯାଉଛି । ଏହା ସହ ଏହି ଦୟିତ୍ୱବାନ କର୍ପୋରେଟ ଭାବରେ ଆମେ ସହଯୋଗର ହାତ ବଢାଇଛୁ । ଗର୍ବ ହେ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଉଦୀୟମାନ ଖେଳାଳି ମାନଙ୍କୁ ପ୍ରୋତ୍ସାହନ ଦେଇ ତାଙ୍କ ଯାତ୍ରା ଓ ସଫଳତାର ଅଂଶ ହେବାକୁ ଇଛା କରୁଛୁ ।” ଚଉଦ ବର୍ଷରୁ ଉର୍ଦ୍ଧ ଖେଳାଳୀ ମାନଙ୍କ ପାଇଁ ଏକକ କ୍ରୀଡାରେ ‘ଗର୍ବ ହେ’ କାର୍ଯ୍ୟକ୍ରମ ବିଶାଳ ସୁଯୋଗ ଆଣିଦେଇଛି । ତେବେ ଏଥିପାଇଁ ଆଶାୟୀ ମାନଙ୍କ କଠିନ ସୋପାନ ସବୁ ପାର କରିବାକୁ ହେବ । ଏଥିପାଇଁ ଅଙ୍ଗିଆନ ମେଡାଲ ହଂଟ ଭଳି ସ୍ପୋର୍ଟସ ମ୍ୟାନେଜମେଂଟ କମ୍ପାନୀ ପକ୍ଷରୁ ଗ୍ରେଡିଂ ବ୍ୟବସ୍ଥା କରାଯାଇଛି । ଚୟନ କରାଯାଇଥିବା ପ୍ରାର୍ଥୀ ମାନଙ୍କୁ ଲକ୍ଷ ପୁରଣ ପାଇଁ ପ୍ରଶିକ୍ଷଣ ସହାୟତା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦୁଇଟି ଗ୍ରୁପ ଯଥା ଟୋକିଓ ଅଲମ୍ପିକସ ୨୦୨୦ ଏବଂ ୨୦୨୨ ଏସିଆନ ଓ କମନ ୱେଲଥ ଗେମସର ସମ୍ଭାବ୍ୟ ଖେଳାଳି ଓ ଭବିଷ୍ୟତ ପାଇଁ ଜୁନିଅର ଖେଳାଳି ବଛାଯିବ । ଏହି ସହାୟତା ତିରନ୍ଦାଜ, ଦୌଡକୁଦ, ବକ୍ସିଂ, ସୁଟିଂ ଏବଂ ମଲ୍ଲଯୁଦ୍ଧ ପାଇଁ ଦିଆଯିବ । ଗର୍ବ ହେ ର ୨୦୧୬ ପାଇଲଟ୍ ପ୍ରୋଜେକ୍ଟରେ ଅଙ୍କିତା ରାଣା (ଟେନିସ୍), ପିଙ୍କି ରାଣୀ (ବକ୍ସିଂ), ସଞ୍ଜିବନୀ ଯାଦବ(ଦୌଡକୁଦ), ମଲାଇକା ଗୋୟଲ(ସୁଟିଂ) ମନ୍ଦିପ ଜଙ୍ଗରା(ବକ୍ସିଂ),ଇନ୍ଦ୍ରଜିତ ସ୍ିଂ (ଦୌଡକୁଦ), ଖୁସବିର କୌର(ଦୌଡକୁଦ), ଶିବ ଥାପ୍ପା (ବକ୍ସିଂ) ଇତ୍ୟାଦିଙ୍କୁ ଚୟନ କରାଯାଇଥିଲା ।