ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ୩ ଲକ୍ଷରୁ ଅଧିକ ଶିଶୁଙ୍କ ସ୍ୱପ୍ନକୁ ସାକାର କରାଯାଇପାରିଛି

ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଏହାର ଉଡାନ୍ ପ୍ରୋଜେକ୍ଟ ଦ୍ୱାରା ୫ଟି ରାଜ୍ୟର ୩,୦୦,୦୬୩ ଶିଶୁଙ୍କ ସ୍ୱପ୍ନକୁ ୪୧୪୩ ଏଜୁକେଶନାଲ୍ ଟ୍ରିପ୍ ଦ୍ୱାରା ସାକାର କରାଯାଇପାରିଛି । ଏହି ପ୍ରୋଜେକ୍ଟ ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ ସଫଳ ଉଦ୍ୟୋଗୀ ହେବାର ସ୍ୱପ୍ନକୁ ଉଦ୍ଜୀବୀତ କରାଯାଇପାରିଛି । ଉଡାନ୍ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଜୀବନରେ ସଫଳତାର କାହାଣୀ ଉପରେ ପର୍ଯ୍ୟବେସିତ । ଗୌତମ ଛୋଟ ପିଲା ଥିବାବେଳେ ଗୁଜରାଟ କାଣ୍ଡଲା ବନ୍ଦର ବୁଲିଯାଉଥିଲେ । ସେଠାରେ ସେ ନିଜର ଏକ ବନ୍ଦର କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଉଡାନ୍ ପ୍ରୋଜେକ୍ଟ ଦ୍ୱାରା ସ୍କୁଲ୍ ତଥା କଲେଜରେ ଏଜୁକେଶନାଲ୍ ପରିଦର୍ଶନ କାର୍ଯ୍ୟକ୍ରମ ବିଭିନ୍ନ ବ୍ୟବସାୟିକ ସ୍ଥାନରେ କରାଯାଇଥାଏ । ସେଥି ମଧ୍ୟରୁ ଗୁଜରାଟର ହାଜିରା ଏବଂ ମୁନ୍ଦ୍ରା, ମହାରାଷ୍ଟ୍ରର ତିରୋରା, ରାଜସ୍ଥାନର କାୱାଇ, ଓଡିଶାର ଧାମରା ଏବଂ କର୍ଣ୍ଣାଟକର ଉଡୁପି ଠାରେ ଥିବା ବ୍ୟବସାୟିକ ଅଂଚଳରେ ଏହା କାର୍ଯ୍ୟକାରୀ ହେଉଛି ।ଶିକ୍ଷାର୍ଥୀମାନଙ୍କୁ ଆଦାନୀ ପୋର୍ଟ, ଆଦାନୀ ପାୱାର ଏବଂ ଆଦାନୀ ୱିଲମର ପରିଦର୍ଶନରେ ନିଆଯାଇଥାଏ । ସୂଚନାଯୋଗ୍ୟ,ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୮ ରାଜ୍ୟର ୨୨୫୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଏହା ଦେଶର ୩.୨ ନିୟୁତ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ