ଆଦାନୀ ସ୍କୁଲର ଛାତ୍ରଛାତ୍ରୀ ମାତୃ ଦିବସରେ ହାତରେ ଲେଖିଲେ ଚିଠି
ମାତୃ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ସ୍କୁଲର ଛାତ୍ରଛାତ୍ରୀ ହାତରେ ଚିଠି ଲେଖିଛନ୍ତି । ମାତୃ ଦିବସରେ ତାଙ୍କର ଅନୁଭବ ସମ୍ପର୍କରେ ସେମାନେ ଅବଗତ କରାଇଛନ୍ତି । ଗୁଜରାଟ ଅହମ୍ମଦାବାଦର ଆଦାନୀ ବିଦ୍ୟା ମନ୍ଦିର, ମୁନ୍ଦ୍ରାର ଆଦାନୀ ପବ୍ଲିକ୍ ସ୍କୁଲ, ରାଜସ୍ଥାନର କାୱାଇ ସ୍ଥିତ ଆଦାନୀ ବିଦ୍ୟାଳୟ, ଛତିଶଗଡ଼ ସୁରଗୁଜାର ଆଦାନୀ ବିଦ୍ୟା ମନ୍ଦିର, ମହାରାଷ୍ଟ୍ରର ତିରୋଡା ସ୍ଥିତ ଆଦାନୀ ବିଦ୍ୟାଳୟ ଆଦି ୫ଟି ସ୍କୁଲର ୨୨୧୭ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କର ନିଜ ପସନ୍ଦର ଭାଷାରେ ଚିଠି ଲେଖିଥିଲେ । ଏହି ଅଭିଯାନରେ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କେତେକ ଛାତ୍ରଛାତ୍ରୀ ସେମାନଙ୍କର ମା’ମାନଙ୍କର ଫଟୋ ଚିଠି ଉପରେ ଲଗାଇ ନିଜର ଅନୁଭୁତି ସମ୍ପର୍କରେ ଲେଖିଥିଲେ । ଚିଠିକୁ ଛାତ୍ରଛାତ୍ରୀମାନେ ଘରକୁ ନେଇ ସେମାନଙ୍କର ମା’ମାନଙ୍କୁ ଏକ ଅନନ୍ୟ ଉପହାର ଭାବେ ପ୍ରଦାନ କରିଥିଲେ । ଆଦାନୀ ଫାଉଣ୍ଡେସନ୍ର ଟ୍ରଷ୍ଟି ସୁଶ୍ରୀ ଶିଲନ୍ ଆର୍. ଆଦାନୀ କହିଲେ, ମାତୃ ଦିବସ ଏକ ଅନନ୍ୟ ଦିନ । ମା’ମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଆମର ଛାତ୍ରଛାତ୍ରୀ ଏକ ନିଆରା ଢ଼ଙ୍ଗରେ ସେମାନଙ୍କ ମା’ ମାନଙ୍କୁ ଏହି ଦିବସର ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୮ ରାଜ୍ୟର ୨୨୫୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଦେଶର ୩.୨ ନିୟୁତ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇପାରିଛି ।