ଆଦିତ୍ୟ ଏଲ ୱାନର ସଫଳ ଲଞ୍ଚ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଫଳତାର କଥା କହୁ କହୁ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଛି । ଖୁସି ଓ ସଫଳତା ଯେବେ ଏକାଠି ଆସେ ସେହି ସମୟର ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଥାଏ । ଦୀର୍ଘଦିନର ପରିଶ୍ରମ ଯେବେ ସଫଳତାର ରାସ୍ତାର ଚାଲିବା ଆରମ୍ଭ କରେ ସେହି ସମୟରେ ଆଖି ଭିଜିଯାଏ, କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ସେପ୍ଟେମ୍ବର ୨ ତାରିଖରେ ଭାରତର ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯାଇଛି ପିଏସଏଲଭି-ଏକ୍ସଏଲ ରକେଟ୍ । କିଭଳି ଥିଲା ମିସନ ପଛର ପରିଶ୍ରମ?କ’ଣ ରହିଛି ମିସନକୁ ନେଇ ସ୍ୱପ୍ନ? ଏସବୁ କଥା କହୁ କହୁ ଭାବବିହ୍ୱଳ ହୋଇପଡିଥିଲେ ଆଦିତ୍ୟ ଏଲୱାନ୍ ପ୍ରୋଜେକ୍ଟ ଡିରେକ୍ଟର ନିଗାର ସାଜି ।ଆଦିତ୍ୟ ଏଲୱାନର ସଫଳାକୁ ନେଇ ନିଗାର କହିଛନ୍ତି –ଏହା ତାଙ୍କର ଅନ୍ୟତମ ଡ୍ରିମ ପ୍ରୋଜେକ୍ଟ ଥିଲା । ପ୍ରତିସ୍ତରରେ ଚ୍ୟାଲେଂଜ ରୁହେ କିନ୍ତୁ କୌଣସି କାମ ଅସମ୍ଭବ ନୁହେଁ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ମଜବୁତ ଲକ୍ଷ୍ୟ ଚୟନ କରିବା ଜରୁରୀ । ବିଶ୍ୱାସର କାମ କଲେ ସଫଳତା ନିଶ୍ଚୟ ମିଳେ ।ନିଗାର ସାଜିଙ୍କ ସ୍ୱାମୀ ଦୁବାଇରେ ମେକାନିକାଲ ଇଂଜିନିୟର ଭାବେ କାମ କରୁଥିବାଳେ ନିଗାର ଦୁଇଟ ସନ୍ତାନଙ୍କ ମା । ଭାରତୀୟ ରିମୋଟ ସେନ୍ସିଂ, ଯୋଗାଯୋଗା ଓ ପ୍ଲାନେଟୋରି ଉପଗ୍ରହ ଡିଜାଇନ କରିବା ସହ ନ୍ୟାସନାଲ ରିସୋର୍ସ ମନିଟରି ଏବଂ ପରିଚାଳନା ପାଇଁ କାମ କରିଛନ୍ତି ।