ଆଦିତ୍ୟ ବିର୍ଲା ସଂସ୍ଥା ତରଫରୁ ମହିଳା ସଂଘକୁ ସହାୟତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ଦୁଇ ଗୋଟି ବ୍ଲକ ଯଥା ମୋହନା ଓ ଆର୍‌.ଉଦୟଗିରିରେ ଆଦିତ୍ୟବିର୍ଲା ସଂସ୍ଥା ଦ୍ୱାରା ପରିଚାଳିତ ଆଇଏଫଏଚଡି ସଂସ୍ଥା ତରଫରୁ ମହିଳା ସଂଗଠନ ଗୁଡିକୁ ସହାୟତା କରାଯାଇଥିବାର ଜଣାପଡିଛି । ଜୀବନ ଜୀବିକା ଉନ୍ନତି ସକାଶେ ସେମାନଙ୍କୁ ବିଭିନ୍ନ ସାମଗ୍ରୀ ଦିଆଯାଇଥିଲା । କୁଶପଲ୍ଲୀ ଗ୍ରାମର ମାଁ ଲକ୍ଷ୍ମୀ ମିଶନ ଶକ୍ତି ମହିଳା ସଂଘ, ମୋହନା ବ୍ଲକର ବେତାରସିଂ ଗ୍ରାମର ୩ଗୋଟି ମହଳା ସଂଘ ଯଥା ଜୀବନ ଜ୍ୟୋତି, ଶିବ ଶକ୍ତି ଓ ସନ୍ତୋଷି ଶକ୍ତି ମହିଳା ସଂଗଠନକୁ କ୍ଷୁଦ୍ର ଉଦ୍ୟୋଗୀ ନିମନ୍ତେ ଡିଟେରଜେଣ୍ଟ ମେସିନ, ପେପର ପ୍ଲେଟ ମେସିନ, ଲୁଗା ବ୍ୟବସାୟୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଦିଆଯାଇଛି । ଆଜି ଏଗୁଡିକର ଉଦ୍‌ଘାଟିତ ହୋଇଥିବାର ମଧ୍ୟ ଜଣାପଡିଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଇଏଫଏଚ୍‌ଡି ସଂସ୍ଥାର ମୁଖ୍ୟ ପରିଚାଳନା ଅଧିକାରୀ ଭେଙ୍କଟରମଣ ମୁଖଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସଂସ୍ଥାର ରାଜ୍ୟ ସଂଯୋଜକ ସୁବାଷ ନାୟକ ଯୋଗଦେଇ ଜୀବନ ଜୀବିକାର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଗଜପତି ଜିଲ୍ଲାର ସଂଯୋଜକ ସୁଦର୍ଶନ ବରାଡ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ୩ଗୋଟି ଜିଲ୍ଲାର ଜିଲ୍ଲା ସଂଯୋଜକ ଯଥା କଳାହାଣ୍ଡି, ରାୟଗଡା ଓ ଗଞ୍ଜାମ ଜିଲ୍ଲାର ଯଥାକ୍ରମେ ବିଚିତ୍ର ରାଉତ, ଜି. ଗୌଡ, ପ୍ରିତମ ପ୍ରମୁଖ ଉପସ୍ଥିତଥିଲେ । ସଂସ୍ଥା ଦ୍ୱାରା ଏପରି କାର୍ଯ୍ୟକ୍ରମକୁ ନେଇ ଦୁଇ ଗୋଟି ବ୍ଲକର ଅଞ୍ଚଳବାସୀ ବହୁ ପ୍ରଶଂସା କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ