ଆଦିତ୍ୟ ମୃତ୍ୟୁ ମାମଲାରେ ମିଳିଲା ବଡ଼ ପ୍ରମାଣ
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପୁଲିସକୁ ଏକ ବଡ଼ ପ୍ରମାଣ ମିଳିଛି । ଆଦିତ୍ୟ ଚାଲି ଚାଲି ଯିବା ବେଳର ସିସିଟିଭି ଫୁଟେଜ ପୁଲିସକୁ ମିଳିଛି । ଆଦିତ୍ୟ ରାସ୍ତାରେ ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ ମିଳିଛି । ମୃତ୍ୟୁ ପୂର୍ବରୁ ଆଦିତ୍ୟ ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜକୁ ଜିଆରପି ଜବତ କରିଛି । ଏଯାଏଁ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜେରା କରାଯାଇଥିବା ଜିଆରପି ଡିଏସପି ସୂଚନା ଦେଇଛନ୍ତି । ତେବେ ଆଦିତ୍ୟ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହୋଇଥିବା ଜିଆରପି ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ଗତକାଲି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ଲିଖିତ ସୁଇସାଇଡ ନୋଟ, ପୂର୍ବ ଲେଖା, ଚେକ ଦସ୍ତଖତକୁ ଫୋରେନସିକ ଲ୍ୟାବକୁ ପଠାଯାଇଥିଲା । ଏଗୁଡ଼ିକର ଯାଞ୍ଚ ପାଇଁ ଜିଆରପି ପକ୍ଷରୁ ରାଜ୍ୟ ଫୋରେନସିକ ଲ୍ୟାବକୁ ପଠାଯାଇଥିଲା । ଏହାଛଡ଼ା ମୃତ୍ୟୁର ୪ ଦିନ ପୂର୍ବରୁ ଆଦିତ୍ୟଙ୍କ ସମସ୍ତ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି । ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ସେନେଇ ତଦନ୍ତ ଜାରି ରହିଛି ।