‘ଆଦିପୁରୁଷ’ ଫିଲ୍ମକୁ ନେଇ ପ୍ରଭାସ ଫ୍ୟାନ କ୍ଲବରେ ଖୁସୀର ଲହରୀ
ବାଲେଶ୍ୱର, (ସରୋଜ ପଣ୍ଡା):ଏକାଧିକ ଭାଷାରେ ରିଲିଜ ହୋଇଥିବା ପ୍ରତୀକ୍ଷିତ ‘ଆଦିପୁରୁଷ’ ସିନେମାକୁ ନେଇ ଦକ୍ଷିଣ ଭାରତ ବାହୁବଳୀ ହୀରୋ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ କ୍ଲବ ସଦସ୍ୟଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । ସହରର ମୋଭି ଏକ୍ସରେ ଆଜି ଆରମ୍ଭ ହୋଇଥିବା ପ୍ରଥମ ସୋ’ରେ ପ୍ରଭାସ ଫ୍ୟାନ କ୍ଲବ ପକ୍ଷରୁ ଫିଲ୍ମର ସଫଳତା କାମନା କରାଯାଇଥିଲା । କ୍ଲବର ସଂଯୋଜକ ସୁନୀଲ କୁମାର ଖଟୁଆଙ୍କ ନେତୃତ୍ୱରେ ଶୁଭେନ୍ଦୁ ପରିଡ଼ା, ଅଭିଜିତ ପଣ୍ଡା, ଅସିତ କୁମାର ମହାରଣା, ରାଜେଶ କୁମାର, ଦୀପକ ବେହେରା, ଆର୍ଯ୍ୟ କୁମାର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ କେକ କାଟି ଓ ବାଣ ଫୁଟାଇ ରଲିଜ ଉତ୍ସବ ପାଳନ କରିଥିଲେ । ପ୍ରଥମଥର ପାଇଁ ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ସୁପରଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବାଲେଶ୍ୱରରେ ତାଙ୍କ ଫ୍ୟାନମାନେ ବେଶ ଖୁସୀ ପ୍ରକାଶ କରିଛନ୍ତି ।