ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ମାନ୍ୟତା ଏବଂ ସମସ୍ତ ଭୂମିହୀନଙ୍କୁ ପଟ୍ଟା ଦେବା ଦାବିରେ ସିଏସ୍‌ଡି ପକ୍ଷରୁ ଶୋଭାଯାତ୍ରା ଓ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ସିଏସ୍‌ଡ଼ି ଓଡ଼ିଶା ନେତୃତ୍ୱରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ୨୩ଗୋଟି ଜିଲ୍ଲାରୁ ୧୦୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ଭାଇଭଉଣୀମାନେ ତାଙ୍କର ନ୍ୟାର୍ଯ୍ୟ ହକ୍ ଓ ଅଧିକାର ପାଇବା ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅଧିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ବନ୍ୟାଧିକାର ମାନ୍ୟତା ଆଇନ-୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଦାବିରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା କରାଯାଉଛି । ଉପରୋକ୍ତ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ କାର୍ଯ୍ୟକାରୀ ହେବା ଦୀର୍ଘ ୧୯ ବର୍ଷ ପରେ ମଧ୍ୟ ସମସ୍ତ ଦାବିଦାର ପରିବାରଙ୍କୁ ତାଙ୍କର ଦଖଲରେ ଥିବା ଜଙ୍ଗଲ କିସମର ମାଲିକାନା ବା ପଟ୍ଟା ପ୍ରଦାନ କରାଯାଇ ନାହିଁ । ବ୍ୟକ୍ତିଗତ ଜଙ୍ଗ ପଟ୍ଟା ପାଇବା ପାଇଁ ଦରଖାସ୍ତ କରିଥିବା ସର୍ବମୋଟ ୫୯୦୪୯୯ ଆଦିବାସୀ ଏବଂ ୭୫୫୬୭ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ମଧ୍ୟର ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ କେବଳ ୫୬୦୩୮୭ ଜଣ ଆଦିବାସୀ ଏବଂ ୬୨୬ ଅନ୍ୟାନ୍ୟ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ଏବଂ ୧୪୩୬୬୨ ଜଣଙ୍କ ଦାବିଗୁଡ଼ିକୁ ଅନ୍ୟାୟ ଭାବରେ ନାକଚର କୌଣସି କାରଣଗୁଡ଼ିକୁ ଦାବିଦାରଙ୍କୁ ନ ଜଣାଇ ମନମୁଖୀ ଓ ଅବିଚାର ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ନାକଚ କରାଯାଇଛି ଯାହାକି ସମ୍ପୂର୍ଣ୍ଣ ଭାବରେ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨ ଉଲଙ୍ଘନ କରାଯାଉଛି । ଗ୍ରାମସଭା ଅଧିକାରଗୁଡ଼ିକୁ କ୍ଷୁର୍ଣ୍ଣ କରାଯାଉଛି, ଦୁର୍ବଳ କରାଯାଉଛି । ସେଥିପାଇଁ ସିଏସ୍‌ଡ଼ିର ପକ୍ଷରୁ କ୍ଷୋଭ ପ୍ରକାଶ କରି ସରକାରଙ୍କ ନିକଟରେ ଦାବି କରାଯାଇଛି ଯେ, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ନିୟମାବଳୀରେ ଉଲ୍ଲେଖ ଥିବା ପ୍ରାବଧାନ ଅନୁସାରେ କାର୍ଯ୍ୟକାରୀ କରାଯାଉ । ତତ୍‌ସଙ୍ଗେ ସଙ୍ଗେ ଗ୍ରାମସଭାକୁ ସଶକ୍ତିକରଣ କରିବା ପରିବର୍ତ୍ତେ ଦୁର୍ବଳ କରାଯାଉଛି । ବିଗତ ସରକରାଙ୍କ ସମୟରେ ପ୍ରଚଳିତ ମୋ ଜଙ୍ଗଲ ଜମି ଯୋଜନାକୁ କାର୍ଯ୍ୟକାରୀ କରିବା କେତେକ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା (ଏନ୍‌ଜିଓ) ଗ୍ରାମସଭା କ୍ଷମତାକୁ ସମ୍ପୂର୍ଣ୍ଣ ଅବହେଳା ଓ ସଙ୍କୁଚିତ କରାଯାଉଛି । ଗୋଷ୍ଠୀ ଜଙ୍ଗଲ ଅଧିକାରୀ, ଗୋଷ୍ଠୀଗତ ସମ୍ବଳ ଅଧିକାର ସମ୍ପୃକ୍ତ ଗ୍ରାମର ଗ୍ରାମସଭାକୁ ନ୍ୟସ୍ତ କରି ତାର ସୁରକ୍ଷା ଓ ସଂରକ୍ଷଣ କରି ରଖିବା ଓ ଦାୟିତ୍ୱ ନେବା ଉକ୍ତ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ପ୍ରାବଧାନ ରହିଥିବା ସତ୍ତ୍ୱେ ତାକୁ ସଠିକ୍ କାର୍ଯ୍ୟକାରୀ କରାଯାଉ ନାହିଁ । ଗ୍ରାମବାସୀଙ୍କ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କ୍ରୟ ବିକ୍ରୟ ଉପରେ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ରେ ଉଲ୍ଲେଖିତ ପ୍ରାବଧାନଗୁଡ଼ିକୁ ସରକାରୀ ଉଦାସୀନତା ଦୃଷ୍ଟିରୁ ଆଦିବାସୀ ଏବଂ ଗ୍ରାମବାସୀ ତାର ସୁଫଳ ପାଇବାରୁ ବଞ୍ôଚତ ରହିଛନ୍ତି ।ଅନ୍ୟ ପକ୍ଷରେ ଗ୍ରାମସଭାର ବିନା ଅନୁମତିରେ କଳ କାରଖାନା, ଖଣି ଖାଦାନ ପାଇଁ ଆଦିବାସୀଙ୍କ ଦଖଲରେ ଥିବା ଜମି ଗୁଡ଼ିକୁ କର୍ପୋରେଟଙ୍କ ହାତକୁ ଟେକି ଦିଆଯାଉଛି । ଲୋକଙ୍କୁ ତାଙ୍କର ଜଙ୍ଗଲ ଜମି ଓ ପ୍ରାକୃତିକ ପରିବେଶରୁ ତାଙ୍କର ଅନିଚ୍ଛା ସତ୍ତ୍ୱେ ବିସ୍ଥାପିତ କରାଯାଉଛି । ଅତି ନିକଟରେ ରାଜ୍ୟର ରାଜସ୍ୱ ବିଭାଗ ସରକାରୀ ଜମିରୁ ବେଆଇନ ଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତ୍ତି ଫଳରେ ଗ୍ରାମାଞ୍ଚଳରେ ବସବାସ କରି ରହୁଥିବା ଭୂମିହୀନ ଆଦିବାସୀ, ଦଳିତ ଓ ପଛୁଆବର୍ଗର ପରିବାର ଜମି ଉଚ୍ଛେଦର ଶିକାର ହେଉଛନ୍ତି । ସେମାନେ ଦଖଲରେ ଥିବା ସରକାରୀ ଜମିରୁ ବଳପୂର୍ବକ ଭାବେ ଉଚ୍ଛେଦ କରାଯାଉଛି । ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ ଏବଂ ନିୟମାବଳୀ ୧୯୮୩ ଏବଂ ଓଡ଼ିଶା ଜମି ଜବର ଦଖଲ ନିବାରଣ ଆଇନ ୧୯୭୨ ଓ ସେଗୁଡ଼ିକର ନିୟମାବଳୀ ବହୁ ଆଗରୁ ପ୍ରବର୍ତ୍ତିତ ହୋଇଥିଲେ ହେଁ କାହିଁକି ସାଧାରଣ ଗରିବ, ଆଦିବାସୀ ଓ ଦଳିତବର୍ଗର ଲୋକେ ଏହାର ଫାଇଦା ନେଇପାରୁ ନାହାଁନ୍ତି । ପୁଣି ୨୦୦୮ରେ ବସୁନ୍ଧରା ଯୋଜନାରେ ଭୂମିହୀନ ଓ ଘରଡ଼ିହଶୂନ୍ୟ ପରିବାରମାନଙ୍କୁ ଚାଷଜମି ଓ ଘରଡ଼ିହ ଜମି ଯୋଗାଇବାର ବ୍ୟବସ୍ଥା ଥାଇ ମଧ୍ୟ ଏମାନଙ୍କୁ ସରକାରୀ ଜମି ବଣ୍ଟନ କରିବା ପରିବର୍ତ୍ତେ ତାଙ୍କୁ ଜମିରୁ ଉଚ୍ଛେଦ କରିବାର କାର୍ଯ୍ୟକୁ ସିଏସ୍‌ଡ଼ି ଓଡ଼ିଶା ଦୃଢ ବିରୋଧ କରୁଛି ଏବଂ ସରକାରୀ ପ୍ରାବଧାନ ଅନୁସାରେ ସମସ୍ତ ଭୂମିହୀନ, ବାସହୀନ ପରିବାରଙ୍କୁ ସମୟସୀମା ଭିତରେ ଜମି ବଣ୍ଟନ କରିବାକୁ ଦାବି କରାଯାଇଛି । ଗଣଧାରଣା ପରେ ସିଏସ୍‌ଡ଼ିର ଆବାହକ ଗୋପୀନାଥ ମାଝୀଙ୍କ ନେତୃତ୍ୱରେ ବିରଞ୍ôଚ ବରିହା, ଗୌତମ ପାତ୍ର, ମଞ୍ଜୁ ଶବର ଓ ଗୁରୁବାରୀ ଶବର ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ଅନୁସୂଚିତ ଜାତି ଓ ଜନଜାତିି ବିଭାଗର ଉପ ସଚିବ ଲକ୍ଷ୍ମୀଧର ମଲ୍ଲିକଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ନରେନ୍ଦ୍ର ମହାନ୍ତି ସଭା ସଂଯୋଜନା କରିଥିବା ବେଳେ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସାମାଜିକ କର୍ମୀ ସଞ୍ଜୀବ ପଟ୍ଟନାୟକ, ହେତୁବାଦୀ ସଂଗଠନର ମହମ୍ମଦ ସୁକୁରୁ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଓଡ଼ିଶାର ସୁଦର୍ଶନଦାସ, କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ