ଆଦିବାସୀଙ୍କ ଜମି ହଡପକୁ ନେଇ ଥାନାରେ ମାମଲା ରୁଜୁ; ଅଭିଯୁକ୍ତ ଫେରାର
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି ଏକ ଆଦିବାସୀ ମହିଳାଙ୍କୁ ସାମ୍ବାଦିକଙ୍କୁ ଦୁବ୍ୟବହାର । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁସିତ ଅଚଂଳ ହୋଇଥିବା ବେଳେ ଏଠାରେ ଅଧିକାଶଂ ଲୋକ ଆଦିବାସୀ ଶ୍ରେଣୀର । ଏଠାରେ ଶିକ୍ଷା ଓ ଗମନା ଗମନ, ସ୍ୱାସ୍ଥ୍ୟ ଏଠାରେ ପଛଘୁଚାଂ । ତେବେ ସରକାର ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ଏହି ସରଳ ନିିରିହ ଆଦିବାସୀମାନଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବିୟୋଗ ବରାଦ ହେଉଥିବା ବେଳେ ସେମାନଙ୍କ ସ୍ୱାର୍ଥକୁ ନଜରରେ ରଖି ବିଭିନ୍ନ ପ୍ରକାର ପ୍ରକଳ୍ପ ମାଧ୍ୟମରେ ଏବଂ ବିଭିନ୍ନ ପ୍ରକାର ଶିଳ୍ପ ତାଲିମ ଦ୍ୱାରା ସେମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥି ଲାଗି ସରକାରଙ୍କ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ଉକ୍ତ ଆଦିବାସୀମାନେ ଯେପରି ଶିକ୍ଷିତ ହେବେ ଏବଂ ବଣ ଜଙ୍ଗଲ ଛାଡି ଜଙ୍ଗଲକୁ ସୁରକ୍ଷ ଦେଇ ନିଜେ ଗ୍ରାମମୁହାଁ ହୋଇ ନିଜେ ଯେପରି ସ୍ଥାୟୀ ବାସିନ୍ଦା ହୋଇ ରହିପାରିବେ ତାହାକୁ ଦୃଷ୍ଟିରେ ରଖି ସରକାର ରାଜସ୍ୱ ବିଭାଗ ଦ୍ୱାରା ମାଗଣାରେ ସ୍ଥାୟୀ ପଟା ମଧ୍ୟ ବଟଂନ କରୁଛନ୍ତି । ତେବେ ଏହି ନିରିହ ସରଳ ଆଦିବାସୀ ମାନଙ୍କ ନିରବତାକୁ ଦେଖି ଅନ୍ୟ କିଛି ମୁଷ୍ଟିମୟ ଲୋକ ସେମାନଙ୍କର ସରକାର ଦେଇଥିବା ସ୍ଥାୟୀ ପଟାକୁ ମଧ୍ୟ ମୁଷ୍ଟିମୟ ଲୋକମାନେ ନିଜ ଦଖଲରେ ରଖୁଛନ୍ତି । ଯାହାରି ପ୍ରଭାବରେ ଉକ୍ତ ପଟ୍ଟା ଜାଗାକୁ ନେଇ ମୁଷ୍ଟିମୟ ଲୋକଙ୍କ ସହ ପ୍ରତିବାଦ କଲେ କିଛି ହାତଗଣତି ଗଣମାଧ୍ୟମ ପ୍ରତିନିଧିମାନେ ମୋଟାଅଙ୍କର ହାତଗୁଞ୍ଜା ପାଇ ତିଳକୁ ତାଳ କରିବା ସଦୃଶ୍ୟ ଭଳି କର୍ତବ୍ୟରତ ଏହି ସାମ୍ବାଦିକ ବାବୁ ଜଣକ ସତ୍ୟ ଜାଣିଥିଲେ ସୁଦ୍ଧା ମୁଷ୍ଟିମୟ ଲୋକଙ୍କୁ ଜମି ଜବର ଦଖଲ କରି ପ୍ରସାହନ ଦେଉଛନ୍ତି । ସେପଟେ ଉକ୍ତ ନିରିହ ସରଳ ଆଦିବାସୀ ମହିଳା ଜଣକ ନିଜର ଜମି ପଟ୍ଟା ଅଛି ବୋଲି କାକୁତି ବିନତି ନେହୁରା ହୋଇ ଜଣାଇଥିଲେ ସାମ୍ବାଦିକଙ୍କୁ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଜଣକ ମହିଳାକୁ ସାହାର୍ଯ୍ୟ କରିବା ତ ଦୂରର କଥା ଓଲଟି ମହିଳାଙ୍କୁ ଗଣମାଧ୍ୟମ ପ୍ରତିନିଧି ମମତାଜ୍ ମହମ୍ମଦ ଓରଫ ମୁନ୍ନା ଖାନ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଦୁବ୍ୟବହାର କରିଥିବା ନେଇ ଲୁବୁରସିଂ ଗ୍ରାମର ଜଣେ ମହିଳା ୧୫ ଜାନୁୟାରୀରେ ରା.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ଜଣାଇଛନ୍ତି । ଏ ନେଇ ରା.ଉଦୟଗିରି କେସ ନଂ ୧୩/୨୧ ଟ/ଗ୍ଦ ୪୫୧/୩୪୧/୨୯୪/୩୨୩/୩୫୪/୫୦୯/୫୦୬/୩୪ ଆଇ.ପି.ସି ୩(୧)(କ୍ସ)/୩(୨)(Va) SC ମାମଲା ରୁଜୁ କରି ଏହାର ତଦନ୍ତ କରୁଛନ୍ତି ରା.ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକ କହିଛନ୍ତି ଘଟଣାର ତଦନ୍ତ ଚାଲିଛି ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯୀବ ବୋଲି ସୂଚନା ଦେଇଛନ୍ତି ।