ଆଦିବାସୀ ଅଧିକାର ମଞ୍ଚର ବିଶାଳ ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୯ ଦଫା ଦାବିରେ ମୋହନା ବ୍ଲକ କାର୍ଯ୍ୟାଳୟ ଓ ୫ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି| ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତଙ୍କ ନେତୃତ୍ଵରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆରୁ ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସମସ୍ତ ଭୂମିହୀନଙ୍କୁ ବାସଗୃହ ପଟ୍ଟାବଣ୍ଟନ, ଦଖଲ କରି ଆସୁଥିବା ରାଜସ୍ବ ଜମିର ପଟ୍ଟା ବଣ୍ଟନ, ଆବେଦନ କରିଥିବା ରାଜସ୍ବ ଓ ଜଙ୍ଗଲ ଜମିର ପଟ୍ଟା ବଣ୍ଟନ, ଲଖାରି ଅଞ୍ଚଳରେ ରହୁଥିବା ଆଦିବାସୀଙ୍କୁ ବାସଗୃହ ପଟ୍ଟା ବଣ୍ଟନ ପାଇଁ ଦାବି କରିଥିଲେ । ଏନେଇ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ | ଏହାପରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ସମସ୍ତ ଗ୍ରାମକୁ ପିଇବାପାଣି ବ୍ୟବସ୍ଥା, ରାସ୍ତା, ବିଦ୍ୟୁତ ଯୋଗାଣ, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା, ସମସ୍ତଙ୍କୁ ୩ଶହ ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଇବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ ପାଇଁ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ବିଡିଓ ରାଜୀବ ଦାସଙ୍କୁ ପ୍ରଦାନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ଆଞ୍ଚଳିକ ସମ୍ପାଦକ ଗୋକୁଳ ଦଳବେହେରା, ସଦସ୍ୟ ସୁନାମ ମଣ୍ଡଳ, ତ୍ରିନାଥ ରଇତ, ସୁରେନ୍ଦ୍ର ମଳିକ, ଅନାମ ମଣ୍ଡଳ, ସୁନିଲ ରାଇକା, ଉଷାୟ ରଇତ ଓ କାବିଡି ଶବର ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ