ଆଦିବାସୀ ଅଧିଶ୍ୟୁତ ଅଞ୍ଚଳ ସ୍କୁଲର ବିକଳ ଚିତ୍ର ପିଲାଙ୍କୁ ମିଳୁନି ପାଠ୍ୟପୁସ୍ତକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ର ଏବଂ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚାର ପ୍ରସାର ସଚେତନତା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରି ସମାଜରେ ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ସେମାନଙ୍କର ପାଠ ପଢିବା ଖାଇବା ରହିବା ପୋଷାକ ପାଠ୍ୟପୁସ୍ତକ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବା ବେଳେ ସରକାରଙ୍କ ଏଭଳି ଯୋଜନା ବାଟହୁଡ଼ୁଥିବା ଦେଖିବାକୁ ମିଳିଛି। ପିଲାଙ୍କୁ ପଢିବାକୁ ପାଠ୍ୟ ପୁସ୍ତକ ଦେବା ବଦଳରେ କବାଡ଼ିଖାନାରେ ବିକ୍ରି ହେଉଛି। ଖବର ପ୍ରକାରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଳକ ଅନ୍ତର୍ଗତ ସିଆଳିଲଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପାଠ୍ୟ ପୁସ୍ତକ ଆଣି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଥିବା ଏକ କବାଡିଖାନାରେ ବସ୍ତା ବସ୍ତା ହଜାର ହଜାର କେଜି ବହି ବିକ୍ରୀ କରିଥିବା ଦେଖିବାକୁ ମିଳିଛି। ବାଡ଼ ଯଦି ଫସଲ ଖାଏ କହିବା କାହାକୁ । ଏ ନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାଇକ ଙ୍କୁ ପଚାରିବାରୁ ସେ କହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହି ମୋହନା ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଦେବଦାସ ତମାରପୁ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏ ନେଇ ଶ୍ରୀ ଦେବଦାସ ଙ୍କୁ ପଚାରିବାରୁ ସେ କହିଲେ ଆବାସିକ ବିଦ୍ୟାଳୟ ଏଣୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ସହ ଯୋଗାଯୋଗ। କରିବା ପାଇଁ କହିଥିଲେ। ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥଙ୍କ ସହ ଯୋଗାଯୋଗ କରିବା ରୁ ସେ କହିଲେ ବ୍ଲକ ଡବ୍ଲୋ ଇ ଓ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ