ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଆବାହକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ ଶୈକ୍ଷିକ ପରାମର୍ଶ ଦାତା ଅଧ୍ୟାପକ ତେଜେଶ୍ଵର ନାୟକ, ବରିଷ୍ଠ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ପ୍ରଦୀପ୍ତକୁମାର ନାୟକ, ହିମନ୍ ଦିବାକା, ଅଧ୍ୟାପିକା ସୁଲୋଚନା କହଁର, ଦୁଷ୍ମନ୍ତ ଶବର, କୃଷ୍ଣଚନ୍ଦ୍ର ପଣ୍ଡା ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ସୁରେଶକୁମାର ମିଶ୍ର କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତରହି ଉଦବୋଧନ ଦେଇଥିଲେ। ଅଭିଭାବକ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷଗିରି ରାଓ ଆଚାରୀ, ସୈ।ଭାଗିନୀ ଦାଶ, ସୁବାସ ଚନ୍ଦ୍ର ଡାକୁଆ, କାର୍ତ୍ତିକ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ