ଆଦିବାସୀ କଲେଜର ମହିଳା ଟିମ ବେଡମିଣ୍ଟନ ଚମ୍ପିୟାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆନ୍ତଃ ମହାବିଦ୍ୟାଳୟ ବ୍ୟାଡମିଣ୍ଟନ ପୁରୁଷ ଓ ମହିଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଦଳ ଚମମ୍ପିୟାନ ହୋଇଛନ୍‌ତି । ଏହି ପ୍ରତିଯୋଗିତାରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଦଳ ଫାଇନାଲ ମ୍ୟାଚରେ ପିଜି କାଉଁସିଲ ବ୍ରହ୍ମପୁର ଦଳକୁ ୨-୦ ସେଟରେ ପରାସ୍ତ କରି ଲଗାତାର ଦ୍ୱୀତିୟ ଥର ପାଇଁ ଚମ୍ପିୟାନହୋଇଛନ୍ତି । ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ ଇ ଶିଳ୍ପା ଦିଗାଳ,ଯମୁନା ପାତ୍ର ଓ ତେଜେଶ୍ୱିନି ଦିଗାଳ ଏହି ବ୍ୟାଡମିଣ୍ଟନ ଖେଳାଳି ଭାବେ ଖେଳିବାକୁ ଯାଇଥିଲେ । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା ଙ୍କ ନେତୃତ୍ୱରେ ଏହି ବର୍ଷ ମଧ୍ୟ ସଫଳତା ଅର୍ଜନ କରିଛି ଆଦିବାସୀ ମହାବିଦ୍ୟାଳୟର ମହିଳା ବ୍ୟାଡମିଣ୍ଟନ ଦଳ । ଚମ୍ପିୟାନ ହେବା ପରେ ମହାବିଦ୍ୟାଳର ଅଧକ୍ଷ କାର୍ତିକ ଚନ୍ଦ୍ର ସି ତଥା ଅନ୍ୟ କର୍ମଚାରୀ ଏବଂ ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଓ ିବିଭିନ୍ନ ମହଲରୁ ଏମାନଙ୍କୁ ସାଧୁବାଦ ଦେବା ସହ ସୁଭେଛା ଜଣାଇଛନ୍ତି ଓ କହିଛନ୍ତି ଏହି ମହିଳା ଦଳ ବାଲିଗୁଡାର ଗୌରବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ