ଆଦିବାସୀ କୁଇ ସମାଜ( କନ୍ଧ) କୃତୀ ମାଟ୍ରିକ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା କୁଇ ସମାଜ (କନ୍ଧ )ଆଦିବାସୀ ଉନ୍ନୟନ ସଂଗଠନ ପକ୍ଷରୁ ଆଜି ସାନଖେମୁଣ୍ଡି ବ୍ଲକ୍ କେଶପୁର ଠାରେ ସମାଜର ଚଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାନଖେମୁଣ୍ଡି ତାଳୁକା କୁଇ ସମାଜ (କନ୍ଧ) ପକ୍ଷରୁ ଆୟୋଜିତ ଏହି ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିବା ସହିତ ତାଳୁକା କୁଇ (କନ୍ଧ )କୁଳ ସମାଜ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ଜିଲ୍ଲା ତଥା ତାଳୁକା ସମାଜ କାର୍ଯ୍ୟକର୍ତ୍ତା , କୁଇ କନ୍ଧ ସମାଜର ଶତାଧିକ ମହିଳା , ଛାତ୍ରଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ମୁଖ୍ୟ ଅତିଥି ଶ୍ରୀ ଜେନାଙ୍କ ପ୍ରଦୀପ ପ୍ରଜ୍ୱଳନ ପରେ କୁଇ ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | କୁଇ ସମାଜର ସାନଖେମୁଣ୍ଡି ତାଳୁକା ସଭାପତି ସୁଦାମ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ସୁଦାମ ମଲ୍ଲିକ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଦ୍ଵାରା ଗତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ଉତୀର୍ଣ୍ଣ ୧୧ ଛାତ୍ରଛାତ୍ରୀଙ୍କୁ ସମ୍ମାନପତ୍ର ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହା ସହିତ ଉପସ୍ଥିତ ସମାଜର ଛାତ୍ରଛାତ୍ରୀଙ୍କୁ ଉତ୍ସାହୀ , ମେଧାବୀ , ଉଚ୍ଚ ଶିକ୍ଷିତ ହେବା ସହ କୁଇ ସମାଜ ର ଏକତା ବଜାୟ ରହିକାର୍ଯ୍ୟ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।ଆଜିର ଶିକ୍ଷାର୍ଥୀ ଆଗାମୀ ଦିନରେ ଦେଶର ଭବିଷ୍ୟତ ଭାବେ ନିଜକୁ ପ୍ରତିଷ୍ଠିତ ହେବାକୁ ଆହ୍ଵାନ ମଧ୍ୟ ଦେଇଥିଲେ । ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ପାଟପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼, ଏସ ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ସାନଖେମୁଣ୍ଡି ତାଳୁକା କୁଇ କନ୍ଧ ସମାଜ ସମ୍ପଦକ ନବୀନ ମଲ୍ଲିକ, ଉପସଭାପତି ନାରାୟଣ ମଲ୍ଲିକ, ବଞ୍ଚାନିଥି ମଲ୍ଲିକ, ଘଟକେଶ୍ୱର ମୁଠା ସଭାପତି ବାଲ୍ୟ ମଲ୍ଲିକ, ଧରାକୋଟ ସମ୍ପଦକ ନରିମଳ ମଲ୍ଲିକ, ସୋରଡ଼ା ତାଳୁକା ସଭାପତି ଗୋବିନ୍ଦ ମଲ୍ଲିକ, ସାନଖେମୁଣ୍ଡି ତାଳୁକା ପୁର୍ବତନ ସଭାପତି ସୁଦର୍ଶନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହିଥିଲା ବେଳେ ସମାଜ ଯୁବ ସଂଗଠକ ଏବଂ ସଦସ୍ୟ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ