ଆଦିବାସୀ ଗିତଗାଇ ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଏସପି ସାରା ଶର୍ମା ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଏସଡିସି(ସ୍ୱତନ୍ତ୍ର ଉନ୍ନୟନ ପରିଷଦ) ଫୁଟ୍‌ବଲ୍ କପ୍ ଥିମ୍‌ସଙ୍ଗ୍ ପାଇଁ ପାରଳାଖେମୁଣ୍ଡିରେ ରେକର୍ଡିଂ ହୋଇଛି । ଏଥିରେ ସାରା ଶର୍ମା ଅତ୍ୟନ୍ତ ସୁନ୍ଦର ଭାବେ ସୁମଧୁର କଣ୍ଠରେ ଆଦିବାସୀ ଗୀତ ଗାଇ ନିଜର ପ୍ରତିଭାର ପରିଚୟ ଦେବାସହ ପୁଣି ସମସ୍ତଙ୍କୁ ଚକିତ କରିଛନ୍ତି । ଆଦିବାସୀ ସଂଗୀତ କୁସମାଇ ଲାଙ୍ଗି ଟ୍ରାକ୍‌ରେ ୭ଗୋଟି ଭାଷାକୁ ନେଇ ସଂଯୋଜନାରେ ପ୍ରସ୍ତୁତ ଏହି ଗୀତରେ ସାରା ଶର୍ମା ସୁମଧୁର କଣ୍ଠ ଦାନ କରିଛନ୍ତି । କୁସମାଇ ଲାଙ୍ଗିର ପ୍ରସ୍ତୁତକର୍ତ୍ତା ଷ୍ଟିଫେନ, ସାରା ଶର୍ମା ଏବଂ ପାରଳାଖେମୁଣ୍ଡିର ଅନ୍ୟତମ କଣ୍ଠଶିଳ୍ପୀ ହିମାଂସୁ ପଟ୍ଟନାୟକ ମିଳିତ ଭାବେ ଏହି ଗୀତଟି ଗାଇଛନ୍ତି । ପାରଳାଖେମୁଣ୍ଡିର ଲୋକପ୍ରୀୟ ସଂଗୀତ ନିର୍ଦ୍ଦେଶକ ଗୁରୁ ରଧୁନାଥ ପାତ୍ର ଗୀତଟିର ବ୍ୟବସ୍ଥାପନା କରିଛନ୍ତି । ପାରମ୍ପରିକ ଆଦିବାସୀ ବାଦ୍ୟ ଓ ତାଳ ସମନ୍ୱୟରେ ଏହି ଗୀତଟିକୁ ପାରଳାଖେମୁଣ୍ଡିଠାରେ ରେକର୍ଡିଂ କରାଯାଇଛି । ଦେଶିଆ,ସାରା,ମୁଣ୍ଡା,କୋୟା,ହୋ,କୁଇ,ସାନ୍ତଳା ଆଦି ୭ଗୋଟି ଆଦିବାସୀ ଓ ଓଡିଆ ଭାଷାରେ କୁସମାଇ ଲାଙ୍ଗି ଥିମ୍ ସଙ୍ଗ୍‌କୁ ରେକର୍ଡିଂ କରାଯାଇଛି । ଏହି ଥିମ୍ ସଙ୍ଗ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଉଦଘାଟନ କରିଛନ୍ତି । କନ୍ଧମାଳ ଓ ବାରିପଦାରେ ଏସଡିସି(ସ୍ୱତନ୍ତ୍ର ଉନ୍ନୟନ ପରିଷଦ)ତରଫରୁ ଚାଲିଥିବା ଫୁଟ୍‌ବଲ୍ କପ୍ ପ୍ରତିଯୋଗୀତା ଆରମ୍ଭରେ ଥିମ୍ ସଙ୍ଗ୍‌ଟିକୁ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଗାନ କରାଯାଉଛି । ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି । ଫୁଟ୍‌ବଲ୍ କପ୍ ପ୍ରତିଯୋଗୀତାର ଫାଇନାଲ ୫ତାରିଖ ଦିନ ଅନୁଷ୍ଠିତ ହେବ । ସେହି ଦିନ ଏହାର ଭିଡିଓକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି ପ୍ରତିଯୋଗୀତାରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଦର୍ଶିତ କରାଯିବ । ଗଜପତି ଏସପି ସାରା ଶର୍ମା ଏଥିନେଇ କହିଛନ୍ତି,ଏଭଳି ଗୀତ ଗାନ କରି ମୁଁ ଆନନ୍ଦିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ