ଆଦିବାସୀ ନୃତ୍ୟରେ ଝୁମିଲେ ବିଜେପି ରାଜ୍ୟ ସଭାପତି ଡ଼ଃ ଆଶର୍ଯ୍ୟା ବିଶ୍ୱାଳ ଏବଂ ଅନ୍ୟ କାର୍ଯ୍ୟକର୍ତା
ରଞ୍ଜିଆ, (ଜିତେନ୍ଦ୍ର ରାଜ):ପଶ୍ଚିମ ମୟୁରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଅବସରରେ ଏକ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଡ଼ଃ ଆଶର୍ଯ୍ୟା ବିଶ୍ୱାଳ ଯୋଗଦେଇଥିଲେ
ଏହି ଅବସରରେ ତାଙ୍କୁ ଏକ ସଭାଯାତ୍ରା ରେ ସ୍ୱାଗତ କରି କାର୍ଯ୍ୟକ୍ରମ ସ୍ଥଳ କୁ ପାଛୋଟି ଅଣାଯାଇଥିଲା
ଏହି ସମୟରେ ସେ ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଆଦିବାସୀ ନୃତ୍ୟଙ୍ଗନା ଙ୍କ ସହିତ ତାଳ ରେ ତାଳ ମିଶାଇ ନୃତ୍ୟ ଗୀତ ରେ ଝୁମିଯାଇଥିବା ଦେଖିବାକୁ ମିଳିଥିଲା
ଜିଲ୍ଲା ସଭାପତି ବିଜୟଲକ୍ଷ୍ମୀ ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ମନୀଷା..,ବିଜେପି ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ, ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦିକା କଳ୍ପନା ପାତ୍ର, କରଞ୍ଜିଆ ମହିଳା ମୋର୍ଚ୍ଚା ସଭାପତି ଇଏନଏସ ପ୍ରିୟଙ୍କା, ସୁଲୋଚନା ପୁଥାଳ, ନିହାରିକା ଦାସ,ପ୍ରମୁଖ ଯୋଗ ଦେଇଥିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ଦଳର ମହିଳା ଙ୍କ ନିମନ୍ତେ ବିଭିନ୍ନ ଯୋଜନା ସହିତ ସୁଭଦ୍ରା ଯୋଜନା ସମ୍ପର୍କ ରେ ସମସ୍ତ ଅତିଥି ନିଜ ଅଭିଭାଷଣ ରଖିଥିଲେ
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବା ମହିଳା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଏହି କାର୍ଯ୍ୟକ୍ରମ ରେ ବହୁସଂଖ୍ୟା ରେ ମହିଳା ଯୋଗ ଦେଇଥିଲେ
କାର୍ଯ୍ୟକ୍ରମ ପରିଚାଳନା ରେ କରଞ୍ଜିଆ ନଗର ସଭାପତି ସମ୍ବିଧାନ ମହାପାତ୍ର, ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ,ଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ପରେଶ ଦାସ ସହଯୋଗ କରିଥିଲେ.