ଆଦିବାସୀ ନେତା କୁମୁଟି ମାଝି ଙ୍କ ଚିକିତ୍ସାଧିନ ଅବସ୍ତାରେ ଆଜି ପରଲୋକ ହୋଇଯାଇଛି
କଳାହାଣ୍ଡି:ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତି ର ପୂର୍ବତନ ସଭାପତି କୁମୁଟି ମାଝି ଙ୍କ ଚିକିତ୍ସାଧିନ ଅବସ୍ତାରେ ଆଜି ୭୨ ବର୍ଷ ବୟସ ରେ ପରଲୋକ ହୋଇଯାଇଛି । ସେ ଦିର୍ଘ ଦିନରୁ ନିୟମଗିରି ଆନ୍ଦୋଳନ ରେ ସାମିଲ ହୋଇ ଆଦିବାସୀ ଡ଼ଙ୍ଗରିଆ ଓ ଝରାଣିଆ କନ୍ଧ ମାନଙ୍କ ହକ ପାଇଁ ଲଢେ଼ଇ କରିବା ସହ ନିୟମଗିରି ପର୍ବତ କୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଠାରୁ ବଞ୍ଚାଇବାରେ ସଫଳ ହୋଇ ଥିଲେ । ତାଙ୍କ ବିୟୋଗ ରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଡ଼ ସିକକ।,ଆଦିବାସୀ ନେତା ଦଧି ପୁସିକ।,ଲିଙ୍ଗରାଜ ଆଜାଦ, ସତ୍ୟ ମହାର, କୃଷକ ନେତା ଲିଙ୍ଗରାଜ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଗ୍ରୀନ କଳାହାଣ୍ଡି ର ଅଧ୍ୟକ୍ଷ ସିଦ୍ଧାର୍ଥ ବେହେରା, ପରିବେଶ ବିତ ପ୍ରଫୁଲ୍ଲ ସମନ୍ତର।,ସମାଜ ସେବୀ ମେଧା ପଠେକର ସମେତ ବହୁ ପରିବେଶ ବିତ, ଓ ସମାଜ ସେବୀ ଦୁଃଖ ପ୍ରକାଶ କରିଛନ୍ତି ।