ଆଦିବାସୀ ପଡାରେ କଂଗ୍ରେସ ପାଳନକଲା ରାହୁଳ ଗାନ୍ଧିଙ୍କ ଜନ୍ମଦିନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଜୁନମାସ ୧୯ ତାରିଖରେ ପୋରାଚଂଳ ଅନ୍ତର୍ଗତ କଜଳା ଗ୍ରାମର ୨୧ନମ୍ବର ୱାର୍ଡର ଆଦିବାସୀ ସାହିରେ ପାଳିତ ହୋଇଯାଇଛି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ପରାମର୍ଶକ୍ରମେ ବିନା ସ୍ଳୋଗାନ,ଆତସବାଜୀ ଓ ପ୍ରଚାରପତ୍ରରେ ନିରାଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଛି । ଗ୍ରାମର ଆଦିବାସୀ ସାହି ଓ କେଳା ବସ୍ତିର ବାସିନ୍ଦାମାନଙ୍କୁ କରୋନା ମୁକାବିଲା ନିମନ୍ତେ ମାସ୍କ ଓ ସାବୁନ ସହ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । କରୋନା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବସ୍ତିବାସୀନ୍ଦାଙ୍କୁ ସଚେତନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରା,ମହମ୍ମଦ ଆକବର ଅଲ୍ଲୀ,ମୁକ୍ତାର ଖାଁ,ଶରତ ବେଉରା,ସୈାମେନ୍ଦ୍ର ପୃଷ୍ଟି,ପ୍ରଭାତ ଉଡାନସିଂ,ଆଶିଷ ମେକାପ,କମଳାକାନ୍ତ ବେହେରା,ଯୁବନେତା ସମ୍ରାଟ ଜେନା,ଅଜୟ ସ୍ୱାଇଁ,ନାରାୟଣ ପରିଡା,କାର୍ତ୍ତିକ ମହାନ୍ତି,ପ୍ରଫୁଲ୍ଲ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଆଦିବାସୀ ସାହିରେ ଜଳ ନିଷ୍କାସନ ପ୍ରଥ ଅକାମି ହୋଇଯାଇଥିବା ଫଳରେ ବର୍ଷାଜଳ ଜମି ଅଧିକାଂଶ ଘରେ ପାଣି ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ପ୍ରସଙ୍ଗ ଅବଗତ ହୋଇ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନିମନ୍ତେ ଅନୁରୋଧ କରିଛନ୍ତି ।