ଆଦିବାସୀ ପରମ୍ପରା ଶଡ୍ରା ପଡିଲା ଫିକା
ମୋହନା, (ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ମୋହନା ରାଜ୍ୟରେ ଆଦିବାସୀ ପରମ୍ପରାଙ୍କୁ ନେଇ ମିଳୁଛି ମାନ୍ୟତା ଓ ସେମାନଙ୍କ ପାଇଁ ରହିଛି ବିଭିନ୍ନ ସୁବିଧା ଓ ସହଯୋଗ । ଏମାନଙ୍କ ପରମ୍ପରା ଅତିନିଆରା । ରଜ ପର୍ବର କିଛି ଦିନ ଆଗରୁ ଗ୍ରାମର ଜାନି ପୂଜାର୍ଚ୍ଚନା କରି ଏ ବର୍ଷର ଭଲ ଫସଲ ନିମନ୍ତେ ମାଁକୁ ପୂଜା କରିଥାଏ । ମୋହନା ବ୍ଳକ ଦମାଦୁଆ ପଂଚାୟତ ଦମାଦୁଆ ଗାଁରେ ପାଳନ ହୋଇଛି ଆଦିବାସୀ ପରମ୍ପରା ଶଡ୍ରା । ପୂର୍ବ ପୁରୁଷ ମାନଙ୍କ ଅମଳରୁ ଆଦିବାସୀମାନଙ୍କର ଏକ ନିଆରା କଥା ଚାଲି ଆସିଛି । ବିଶ୍ୱାସ ଅଛି ଯେ ମା ଗୁଙ୍ଗୀଙ୍କୁ ପୂଜା କରିବା ଦ୍ୱାରା ଗାଁର ମଙ୍ଗଳ, ଜ୍ୱର, ଖାସ ଆଦି ବିଭିନ୍ନ ପ୍ରକାର ରୋ ଦାୟୁରୁ ରକ୍ଷା ପାଇବା ପାଇଁ ଭଲ ଫସଲ ଉନ୍ନତି ନମନ୍ତେ ଗାଁରେ ୭ ଦିନ ଧରି ଏହି ପରମ୍ପରା ଚାଲିଥାଏ । ପ୍ରଥମ ଦିନ ଜାନି କାଳିଆ ମଲ୍ଲିକ ଗ୍ରାମ ମଝିରେ ଏକ ସୁରାରେ ଚାଉଳ, ଫୁଲ, ମହୁଲି ମଦ, ବିହନ ଏବଂ ନୁଆ ରନ୍ଧା କାନ୍ଦୁଲ ଡାଲି, ଭାତ ରଖି ମା ଗୁଙ୍ଗିକୁ ପୂଜା କରି ନିଜର ପାରମ୍ପରିକ ଭେଶ ଭୁଷା, ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଚାଙ୍ଗୁ ବାଜାର ତାଳେ ତାଳେ ଗାଁରେ ନୃତ୍ୟୁ କରିଥାନ୍ତି । ଏବଂ ନିଜର ପରିବାର ଓ ସମ୍ପର୍କୀୟ ମାନଙ୍କୁ ଡକାଯାଇଥିଲା ଏହି ପରମ୍ପରାରେ ହେଲେ ଶେଷ ଦିନରେ ଯେଉଁମାନେ ଗୋଟିଏ ବର୍ଷ ଭିତରେ ନୂତନ ବିବାହ କରିଥିଲେ ସେମାନଙ୍କ ଘର ସମ୍ମୁଖରେ ବାଜା ବାଜଣି କରି ମାଁ ଙ୍କ ନିମନ୍ତେ କୁକୁଡା ମାଗି ନେଇଥାନ୍ତି ଓ ଗ୍ରାମର କିଛି ଦୂରରେ ଥିବା ଜଙ୍ଗଲ, ନାଳ ନିକଟରେ ଗୁଙ୍ଗିଙ୍କ ପୂଜାର୍ଚ୍ଚନା କରି କୁକୁଡା ବଳି ଦେବା ସହ ମହୁଲି ମଦର ପାନ କରି ଆସିଥିବା ସମ୍ପର୍କୀୟମାନଙ୍କୁ ରନ୍ଧା ବଡା କରି ଖାଦ୍ୟ ବାଂଟିଥାନ୍ତି । ହେଲେ ଏହି ବର୍ଷ କରୋନା ଯୋଗୁଁ ଏହି ପର୍ବଟି ଫିକା ପଡିଯାଇଛୀ । ୭ ଦିନ ଜାଗାରେ ୪ ଦିନ ହିଁ ପାଳନ କରାଯାଇଛି । ମଙ୍ଗଳବାର ଦିନ ଆରମ୍ଭ କରି ଶୁକ୍ରବାର ଦିନ ଉଦଯାପିତ କରାଯାଇଛି । ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ସାମାଜିକ ଦୂରତା ରକ୍ଷା କରି ପାଳନ କରିଛନ୍ତି ।