ଆଦିବାସୀ ପଲ୍ଲୀରେ ପରବ ‘ମକର’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରକୃତି ବଞ୍ôଚଲେ, ସଭିଏଁ ବଞ୍ôଚବା । ଗଛ ଲଗାଅ, ପରିବେଶ ବଞ୍ଚାଅ । ‘ବୃଦ୍ଧ, ବାଳକ, ନର ନାରୀ, ପରିବେଶ ସୁରକ୍ଷା ଦାୟିତ୍ୱ ସବୁରୀ’ । ଭାଇଚାରା, ବନ୍ଧୁତ୍ୱ ଓ ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର ପର୍ବ ପାଳନ ଅବସରରେ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇର ବନବାସିନୀମାନେ ରଙ୍ଗ ବେରଙ୍ଗ ଗୁଡ଼ିରେ ଏପରି ସୁନ୍ଦର ପ୍ରକୃତି ପ୍ରେମର ସନ୍ଦେଶ ଦେଇଛନ୍ତି । ସଂପ୍ରତି ବିଶ୍ୱରେ ସୃଷ୍ଟି ହୋଇଥିବା ଜଳବାୟୁର ଜ୍ୱାଳାରୁ ବିଶ୍ୱବାସୀ କିପରି ଆଶ୍ୱସ୍ତି ଲାଭ କରିପାରିବେ ଏନେଇ ଜନସଚେତନତା ଉଦ୍ଦେଶ୍ୟରେ ସାରା ବିଶ୍ୱକୁ ଗୁଡ଼ିରେ ଦେଇଛନ୍ତି ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବଳିଷ୍ଠ ବାର୍ତ୍ତା । ସାମାଜିକ ଅନୁଷ୍ଠାନ ‘ବୁଲ୍‌ସଆଇ’ ପକ୍ଷରୁ ଆୟୋଜିତ ପରବ ‘ମକର’ କାର୍ଯ୍ୟକ୍ରମରେ ଅତିଥି ରୂପେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗଦେଇ ଅନୁଷ୍ଠାନର ଏଭଳି ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ‘ବୁଲ୍‌ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ, ସେଞ୍ଚରିଆନ୍ ବ୍ଲଡଡ଼ୋନର ଗୋପୀମୋହନ ପଟ୍ଟନାୟକ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଯୋଗଦେଇ ମକର ପର୍ବର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ