ଆଦିବାସୀ ପଲ୍ଲୀରେ ସ୍ୱଚ୍ଛ ଓ ସବୁଜ ଦୀପାବଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳିକୁ ଏକ ନିଆରା ଓ ନିରାଡମ୍ବର ରୂପେ ପାଳନ କରିଛନ୍ତି ବନବାସୀମାନେ । ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ବନବାସୀମାନେ ସ୍ୱଚ୍ଛ ଓ ସବୁଜ ଦୀପାବଳି ପାଳନ କରି ସାରା ବିଶ୍ୱକୁ ପ୍ରକୃତି ପ୍ରେମର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ‘ପ୍ରଦୂଷଣ ମୁକ୍ତ ଶବ୍ଦ ଓ ବାୟୁ, ସବୁଜ ଦୀପାବଳି ବଢାଏ ଆୟୁ’ର ବାର୍ତ୍ତା ଦେଇଥିଲେ । ପ୍ରଦୂଷଣ ଓ ବିପଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇ ତା’ ବଦଳରେ ବେଲୁନ୍ ଫୁଟାଇ ଦୀପ ଜାଳି ଉତ୍ସାହର ସହ ଉତ୍ସବଟିକୁ ପାଳନ କରିଥିଲେ ।ଉତ୍ସବରେ ନା ଥିଲା ପ୍ରଦୂଷଣ ସୃଷ୍ଟିକାରୀ ବାଣ, ନା ଥିଲା ବିଷାକ୍ତ ଧୂଆଁ, ନା ଥିଲା ଉଚ୍ଚ ଶବ୍ଦ ପ୍ରଦୂଷଣ । ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍ ପକ୍ଷରୁ ଆୟାଜିତ ଏହି ସବୁଜ ଦୀପାବଳି ଉତ୍ସବରେ ପରିବେଶବିତ୍ ସୁଶାନ୍ତ ସାହୁଙ୍କ ‘ବାଣ ବଦଳରେ ବେଲୁନ୍‌’ ଚିନ୍ତାଧାରାକୁ ବନବାସୀମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଥିଲେ । ଅନୁଷ୍ଠାନ ପକ୍ଷରୁ ମିଠେଇ, ବିସ୍କୁଟ, ଚକୋଲେଟ ଇତ୍ୟାଦି ବଣ୍ଟନ କରାଯିବା ସହ ଦୀପାବଳିର ଶୁଭେଚ୍ଛା ଓ ଅଭିନନ୍ଦନ ପରସ୍ପରକୁ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଲ୍‌ସଆଇର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଯୋଗ ଦେଇ ବିିଦ୍ୟାର୍ଥୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସବୁଜ ଦୀପାବଳିର ବ୍ୟାପକ ରୂପେ ପ୍ରଚାର ଓ ପ୍ରସାର ହେବାର ଆବଶ୍ୟକତା ରହିଛି ଓ ଏହାକୁ ସମସ୍ତେ ଆପଣାଇବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ଆଶା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ