ଆଦିବାସୀ ଭାରତ ମହାସଭା ଅନୁଷ୍ଠିତ
ଭାରତର ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ଆଦେଶର ପୁନ ବିଚାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ତୁରନ୍ତ ଜମିପଟ୍ଟା ପ୍ରଦାନ ଆଦି ଦାବିରେ ଶହ ଶହ ଆଦିବାସୀ ପୁରୁଣା ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଭଞ୍ଜନଗର ଲଣ୍ଡେ୍ଇ ସାହି ବାଇପାସ ଛକ ନିକଟରୁ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ଅଫିସ ସାମ୍ନାରେ ପହଞ୍ଚି ବିଭିନ୍ନ ଦାବିକୁ ନେଇ ସାଧାରଣ ଦାବି କରିଥିଲେ । ସେଥି ମଧ୍ୟରୁ ଜଙ୍ଗଲ ଜମି ୧୯୭୨ ପ୍ରସ୍ତାବିତ ସଂଶୋଧନ ପ୍ରତ୍ୟାହୃତ ଆଦିବାସୀ ମାରଣ ନୀତି ବିରୋଦ୍ଧରେ ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ଅଧକ୍ଷ ଭୋଜଲାଲ ନେତାମ ,ସର୍ବଭାରତୀୟ ସାଧାରଣ ସଂପାଦକ ପ୍ରଦୀପ ସିଂ ଠାକୁର , ସର୍ବ ଭାରତୀୟ ସୈାରା ଯାଦବ , ଆବାହକ ଲିଙ୍ଗରାଜ ଯାଦବ , ରାଜ୍ୟ ସଂପାଦକ ଶଙ୍କର ସାହୁ , ଆଇନଜୀବି ଅଭିମନ୍ୟୁ ଗୈାଡ, ଦଣ୍ଡପାଣି ସ୍ୱାଇଁ ,ସଂଯୋଜକ ଟୁନା ମଲ୍ଲିକ ,ତ୍ରିନାଥ ମଲ୍ଲିକ , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ଅନ୍ୟ ମାନେ ନିଜ ନିଜ ମତ ଦେଇଥିଲେ ।


