ଆଦିବାସୀ ଭୁମିଜ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଭାରତୀୟ ଆଦିବାସୀ ଭୁମିଜ ସମାଜ ଓଡିଶା ପକ୍ଷରୁ ରାଜ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରତନିଧି ଦଳ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ ଙ୍କ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି. ଅଭିଯୋଗ ମୁତାବକ ୨୦୧୪ ମସିହାରେ ଓଡିଶା ସରକାରଙ୍କ ଦ୍ୱାରା ଓଡ଼ିଶାରେ ବସବାସ କରୁଥିବା ସାନ୍ତାଳୀ, ମୁଣ୍ଡା, ମୁଣ୍ଡାରୀ, ହୋ, ବଣ୍ଡା ଇତ୍ୟାଦି ୨୧ପ୍ରକାର ଜନଜାତି ସମୁହଙ୍କ ପାଇଁ ବହୁଭାଷୀ (ଭାଷା ଶିକ୍ଷକ) ନିଯୁକ୍ତି କରାଯାଇଅଛି. ଭାରତୀୟ ଆଦିବାସୀ ଭୁମିଜ ସମାଜ ପକ୍ଷରୁ ବିଗତ ୨୦୧୬ ମସିହା ଠାରୁ ଭୂମିଜ ଭାଷା, ଶିକ୍ଷା, ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ସୁରକ୍ଷା ଏବଂ ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି ନିମନ୍ତେ ବିଭିନ୍ନ ସମୟରେ ଓଡିଶା ସରକାରଙ୍କ ବିଭାଗୀୟ ଅଧିକାରୀ ତତସହିତ ବିଭାଗୀୟ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରା ଯାଇଥିଲେ ମଧ୍ୟ ଏବେ ତା 27.12.2024 ରିଖରେ ଓଡ଼ିଶାର ୧୫ଟି ଜନଜାତି ପାଇଁ ସେବକ/ସେବିକା, ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇ ଥିଲେ ମଧ୍ୟ ଭୂମିଜ ଜନଜାତିକୁ ବାଦ ଦିଆଯାଇଛି. ରାଜ୍ୟ ସରକାରଙ୍କର ଏହି ପାତରଅନ୍ତର ନୀତିକୁ ଆଦିବାସୀ ଭୁମିଜ ସମାଜ ତରଫରୁ ନିନ୍ଦା କରା ଯିବା ସହିତ ତୁରନ୍ତ ଭୂମିଜ ବା ମୁଣ୍ଡାରୀ ଜନଜାତି ର ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରାଯାଇଛି. ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ କୁମାର ସିଂ, ଦେବକୀ ସିଂ, ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ