ଆଦିବାସୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଆମ ଓଡିଶା,ଯୁବ ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଓ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ପ୍ରଥମେ ଅଧ୍ୟାପକ ଦୁଷ୍ମନ୍ତ ଶବର ରକ୍ତଦାନ କରିବା ପରେ ଛାତ୍ର ଛାତ୍ରୀ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତର ଅଭାବ ଦେଖା ଦେଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ସହ ଅଞ୍ଚଳରେ ରକ୍ତାଭାବକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବା ପାଇଁ ଆମର ଏହି ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପ୍ରତିନିଧି ସତ୍ୟନାରାୟଣ ପାଢ଼ୀ, ଅସିତ୍ କୁମାର ବେହେରା ଓ ସନ୍ତୋଷ କୁମାର ଦାସ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ଏନସିସି ଅଧିକାରୀ ହିମାଂଶୁ ଚରଣ ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ଦୁଷ୍ମନ୍ତ ଶବର, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା, ଅଧ୍ୟାପକ ଡଃ.ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ