ଆଦିବାସୀ ମହାବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ବାର୍ଷୀକ କ୍ରୀଡା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥୀ ଭାବେ ଉପଜିଲ୍ଲାପାଳ ଏମ ମଧୁମିତା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ଯୋଗଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ସଭାପତିତ୍ୱ କରିଥିବା ବେଳେ ମହାବିଦ୍ୟାଲୟର କ୍ରୀଡାସଂଘର ଉପସଭାପତି ଅଧକ୍ଷ ନିଲାଂଚଳ ମହାରଣା ପ୍ରମୁଖ ମଂଚାସୀନ ଥିଲେ ।ଉକ୍ତ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଟ କ୍ରୀଡାବିତ ଭାବେ ମହିଳା ବିଭାଗର ଯୁକ୍ତ ତିନି ଦ୍ୱୀତିୟ ବର୍ଷ ଛାତ୍ରୀ ପ୍ରୀୟଲତା ନାୟକ ଓ ପୁରୁଷ ବିଭାଗର ଯୁକ୍ତତିନି ଦ୍ୱିତିୟ ବର୍ଷ କଳା ଛାତ୍ର ମିହିର କୁମାର ନାୟକ ଏବଂ ଯୁକ୍ତ ବାଲିକା ବିଭାଗର ଯୁକ୍ତ ଦୁଇ ବର୍ଷ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ଜିତା ମଳିକ ଓ ବାଳକ ବିଭାଗର ଯୁକ୍ତଦୁଇ ଦ୍ୱିଥୀୟ ବର୍ଷ ବିଜ୍ଞାନ ଛାତ୍ର ଶ୍ରବଣ ଦିଗାଳ ଚମ୍ପିୟାନ ବା ସର୍ବଶ୍ରେଷ୍ଠ ଖେଳାଳିଭାବେ ବିବେଚିତ କରାଯାଇଛି ।ମହାବିଦ୍ୟାଳୟର ପିଇଟି ଗଙ୍ଗାଧର ପଣ୍ଡା ପ୍ରତି୍େରଯାଗିତାକୁପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।