ଆଦିବାସୀ ଲୋକଉତ୍ସବ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ‘ମାରାଂବୁରୁ ଆଦିବାସୀ ଓ ହରିଜନ ବିକାଶ ଲୋକମଞ୍ଚ’ ପକ୍ଷରୁ ଚାନ୍ଦମାରୀ ପଡ଼ିଆରେ ଆୟୋଜିତ ଦୁଇଦିନିଆ ଆଦିବାସୀ ଉତ୍ସବ ଉଦଯାପିତ ହୋଇଯାଇଛି । ସହସ୍ରାଧିକ ମହିଳା ପୁରୁଷମାନେ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ପରିବେଷଣରେ ଉତ୍ସବ ସ୍ଥଳ ପ୍ରକମ୍ପିତ ହୋଇଥିଲା । ଦୁଇଦିନିଆ ଉତ୍ସବର ପ୍ରଥମ ଦିନରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀଦଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚମ୍ପିୟନ ହୋଇଥିବା ଶୋଭାରାମପୁର ଦଳ ଓ ରନର୍ସ ଅପ ଫକୀରମୋହନ ନଗରର ଗେମ ଫାଇଟର ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଓକିଲ ସଂଘର ସହ ସମ୍ପାଦକ ସୂର୍ଯ୍ୟକାନ୍ତ କର, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ପୂର୍ବତନ କାଉନ୍‌ସିଲର ରଞ୍ଜିତା ମହାପାତ୍ର, ବ୍ୟାସକବି ନଗର ବିକାଶ ପରିଷଦର ଉପ-ସଭାପତି ଜିତେନ୍ଦ୍ର ଉପାଧ୍ୟାୟ, ଯୁବ ବ୍ୟବସାୟୀ ଭଗବାନ ମହନି, ସମାଜସେବୀ ରାଜେଶ ଭୋଇ ଓ ରଜତ ପରିଡ଼ା ପ୍ରମୁଖ ଉତ୍ସବରେ ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦୁଲାରୀ ମୁର୍ମୁ, ମହାନ୍ତି ମାଝୀ, ଗେଡ଼ା ମୁର୍ମୁ, ଧିରେନ୍ଦ୍ର ବାରିକ ଓ କାହ୍ନୁ ସୋରେନ୍ ପ୍ରମୁଖ ସହଯୋଗ କରିଥିଲେ । ପୂର୍ବାହ୍ନରେ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକା ଓ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ