ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜସ୍ୱ ଉପଖଣ୍ଡ ଦାବୀ ଆଲୋଚନା ଚକ୍ର

କଳାହାଣ୍ଡି,(ୱାଇଏନ୍ଏସ୍): ଜିଲ୍ଲା ଏମ.ରାମପୁର ଠାରେ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଏମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନର ମାନ୍ୟତା ଦେବା ପାଇଁ ଆଲୋଚନା କରାଯାଇଥିଲା | ଏଥି ସହିତ ଏମ.ରାମପୁର ସମସ୍ତ ଦୃଷ୍ଟି କୋଣ ରାଜସ୍ୱ ସବଡ଼ିଭିଜନର ଭିତିଭୂମି ସହିତ ଯୋଗ୍ୟତା ପରିସରରେ ମଧ୍ୟ୍ୟରେ ଆସୁଛି | ସରକାରଙ୍କ ନିୟମ ମୁତାବକ ସମସ୍ତ ନିର୍ଦ୍ଧାରିତ ଗାଇଡ଼ ଲାଇନ ପୂରଣ ହେଉଛି | ତେଣୁ ଏହିଠାରେ ରାଜସ୍ୱ ସବଡିଭିଜନର ଭିତିଭୂମି ପରିସରଭୁକ୍ତ ରହିଛି | ରାଜସ୍ୱ ସବଡିଭିଜନ ମାନ୍ୟତା ପାଇବା ପାଇଁ ଏହି ବ୍ଲକର ଯଥାର୍ଥତା ରହିଛି | ଏଥିରେ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନ ଜାତି, ପଛୁଆ ବର୍ଗ, ସାଧାରଣ ବର୍ଗ ଓ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ମାନେ ସମର୍ଥନ କରିଥିଲେ | ବ୍ଲକର ଅଧ୍ୟକ୍ଷ ଜିବେଶ ପଣ୍ଡାଙ୍କ ସହିତ ଆଦିବାସୀ ସଂଗ୍ରାମ ମଞ୍ଚର ସଭାପତି ପ୍ରକାଶ ମାଝୀ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ଜଣାଇବା ସହ ଆଲୋଚନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ