ଆଦିବାସୀ ସାହିରେ ସଚେତନ କରାଇଲେ ସରପଞ୍ଚ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ସରପଞ୍ଚ ରଞ୍ଜନ କୁମାର ସାହୁ ବଗଦା-କାଶିପୁର ଆଦିବାସୀ ସାହି, ତଳହାସିନପୁର, ବଣିଆଗୁୁଡି, ପାଣଗଢିଆ ଆଦି ଗ୍ରାମର ଶତାଧିକ ଆଦିବାସୀ ଲୋକଙ୍କୁ ମାକ୍ସ, ସାବୁନ୍, ଫିନାଇଲ, ବ୍ଲିଚିଂ ପାଉଡର ଆଦି ବଣ୍ଟନ କରିବା ସହ ସଚେତନ କରାଇଥିଲେ । ଏଥିରେ ସମାଜସେବୀ ଭୀମସେନ ସାମଲ, ଦୀପକ ସ୍ୱାଇଁ, ଅଶୋକ ବେହେରା, ହୃଦାନନ୍ଦ ପାଢୀ, ମନୋଜ ନାୟକ, ନୃିସିଂହ ନାୟକ, ଅନନ୍ତ ଜେନା, ପ୍ରମୋଦ ମହଲା ସହଯୋଗ କରିଥିଲେ ।


