ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବାଇକ ରାଲି

ହାଟଡ଼ିହି, (ବିକାଶ ବିଶ୍ୱାଳ) : ସାର୍ନା ଧର୍ମକୁ କୋଡ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଆଗାମି ୨୦୨୧ ଜନଗଣନା କାର୍ଯ୍ୟକ୍ରମରେ ସାର୍ନା ଧର୍ମ କୋଡକୁ ମାନ୍ୟତା ଦେବା ଦାବିରେ ବିଏନ ହାଇସ୍କୁଲ ଠାରୁ ଆଦିବାସୀ ସେଙ୍ଗେଲ ଅଭିଯାନର ସଦସ୍ୟମାନେ ସାର୍ନାଧର୍ମର ପତାକା ଲଗାଇ ବିଭିନ୍ନ ଶ୍ଳୋଗାନ ମାନଦେଇ ଏକ ବାଇକ ରାଲିରେ ସହର ପରିକ୍ରମା କରିଥିଲେ । ଆଗାମି ଡିସେମ୍ବର ୬ତାରିଖ ସୁଧା ଭାରତ ସରକାର ସାର୍ନାଧର୍ମ କଲମ କୋଡ ଘୋଷଣା ନକଲେ ରାଜ୍ୟ ଏପରିକି ଦେଶବ୍ୟାପୀ ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ କରିବାକୁ ବାଦ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ କରିବାପାଇଁ ବିଭିନ୍ନ ବସ, ଟ୍ରକ, ଟ୍ୟାକ୍ସି ସଂଘ ଓ ବିଭିନ୍ନ ସାମାଜିକ ସଂଘଠନ ଓ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ରାଲିରେ କଲ୍ୟାଣ ବାସ୍କେ, ଧନେଶ୍ୱର କିସ୍କୁ, ଗୁନାରାମ ମୁର୍ମୁ, ଦୁର୍ଗା ଚରଣ ମୁର୍ମୁ, ଅର୍ଜନ ଟୁଡୁ, ଟୁକୁଲୁ ହାଁସଦା, ଲକ୍ଷ୍ମଣ ସୋରେନ, ରମେଶ ଟୁଡୁ, ଗାନସା ମାରାଣ୍ଡି, ଦଶରଥ ମୁର୍ମୁ, ଖେଲାରାମ ମାରାଣ୍ଡି, ଭଗବାନ ଟୁଡୁ, ଦିବାକର ହୋ, ଲକ୍ଷ୍ମଣ ହୋ, କେଦାର ହୋ, ଦାସ ହେମ୍ରମ, ସୋନିଆ ମାଝି, ବୁଧଦେବ ସୋରେନ, ଦାମୋଦର ମୁଣ୍ଡା, ସଲାସା ମୁର୍ମୁ, ଇନ୍ଦୁମତୀ ବାସ୍କେ, ଶୁଗି ମୁୂର୍ମୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ