ଆଦିଭୂମିର ତୂର୍ଯ୍ୟନାଦ ଲୋକାର୍ପିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ କୋରାପୁଟ ବିଧାୟକ ରାଧାମୋହନ ସାହୁଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଆଦିଭୂମିର ତୂର୍ଯ୍ୟନାଦ’ର ସଦ୍ୟତମ ସୃଷ୍ଟି ସଦ୍ଧାର୍ପିତ cwkaûe ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ଅତ୍ୟନ୍ତ ଲୋମସ୍ପର୍ଶୀ ଏବଂ ଉଚ୍ଚକୋଟୀର ହୋଇଥିବା ପାଠକମାନେ ମତବ୍ୟକ୍ତ କରିଛନ୍ତି । ୬୨୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକ ଭାରତର ସ୍ୱାଧୀନତା ସଂଗ୍ରାମ ଓ ବ୍ରିଟିଶରାଜର ଅବସାନ ସମ୍ପର୍କରେ ଉଲ୍ଲିଖିତ କରାଯାଇଛି । ଇଚ୍ଛୁକ ପାଠକ ପାଠିକା ମାନଙ୍କର ଯଦି ଏହି ପୁସ୍ତକର ଆବଶ୍ୟକତା ହୁଏ ତେବେ, ପୁସ୍ତକର ସଂକଳକ ଓ ପ୍ରକାଶକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ , ଚେୟାରମ୍ୟାନ, ନିର୍ଭୟ ଏକ ସାମାଜିକ ଟ୍ରଷ୍ଟ, ନୂଆସାହି ପ୍ରଥମ ଲେନ୍, ଜୟପୁର, ଜିଲ୍ଲା-କୋରାପୁଟ-୭୬୪୦୦୧, ମୋ-୯୪୩୭୮୯୦୧୧୧, ୭୭୫୦୯୫୫୬୬ରେ ଯୋଗାଯୋଗ କରିବାକୁ ଅନୁରୋଧ । ଏହି ଲୋକର୍ପିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପ୍ରମୋଦ ସାମନ୍ତରାୟ, ଦୈନିକ ଖବରକାଗଗଜ ‘ଓଡ଼ିଆର ସମ୍ମାନ’ର ରାଜ୍ୟ ପ୍ରତିନିଧି ସୌଭାଗ୍ୟ ରଞ୍ଜନ ମହାନ୍ତି, ସମାଜସେବୀ ତପନ ସ୍ୱାଇଁ, ମାନସ ବସ୍ତିଆ, ଋତୁରାଜ ପଟ୍ଟନାୟକ, ଶରତ ରାଉତ, ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


