ଆଦିଲଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସ୍ୱଚ୍ଛ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜକିକିଆ ସ୍ଥିତ ବାସୁଦେବ ଶିଶୁସଦନ ପରିସରରେ ବାଲିଗୁଡାର ଆଦିଲଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସ୍ୱଚ୍ଛ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଏବଂ ଶାନ୍ତି ମୈତ୍ରୀର ସମ୍ପାଦକ ଭଗବାନ ଜେନା ପ୍ରମୁଖ ଯୋଗ ଦେଇଥିଲେ l ପରେ ପରେ ଶିଶୁସଦନର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଚ୍ଛ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରକାର କୁଇଜ୍, ବକୃତା ଓ ସଂଗୀତ ପ୍ରତିଯୋଗିତା ଆୟୋଜିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ଏସଏଚଜି ର ସଭାପତି ମନସ୍ମିତା ପଣ୍ଡା, ସମ୍ପାଦିକା ସନ୍ତୋଷିନୀ ମହାରଣା,ସଦସ୍ୟ ରେଣୁବାଳା ହୋତା, ଜିନାମଣି ଜେନା, ମମତା ବିଶିମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଦସ୍ୟ ତଥା ଅତିଥିଙ୍କ ଦ୍ଵାରା ଚାରାରୋପଣ କରାଯାଇ ଥିଲା ।